୧୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇଲେଣି
ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର) :- ଭୁବନେଶ୍ଵର ଚିହ୍ନଟ ହୋଇଥିବା ୮୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୧୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇଛନ୍ତି। ଏବେ ବି କାର୍ଡ ଫେରାଉଛନ୍ତି ଅଯୋଗ୍ୟ ହିତାଧିକାରୀ। ସେଥିରୁ ସାଢେ ୪ ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଛନ୍ତି। ପ୍ରତିଦିନ ୩ରୁ ୪ ହଜାର ଲୋକ କାର୍ଡ ଫରାଉଛନ୍ତି । ୪ ଲକ୍ଷ ମୃତ ହିତାଧିକାରୀଙ୍କ କାର୍ଡ ବି କଟା ଯାଇଛି । ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନଙ୍କର ଗ୍ରାମୀଣ ଅଞ୍ଚଳରେ ମାସିକ ୧୦ ହଜାର ଆୟ ଏବଂ ସହରାଞ୍ଚଳରେ ୧୫ ହଜାର ଆୟ କାର୍ଡ ଫେରାଇ ଦିଅନ୍ତୁ । ସରକାର ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ । ଏବେ ଅପିଲ କରୁଛୁ କାର୍ଡ ଫେରାଇବାକୁ ପରେ ଆଉ ଥରେ ବି ଯାଞ୍ଚ ହେବ ବୋଲି କହିଛନ୍ତି ମନ୍ତ୍ରୀ ।