ବୀର ସେନା ପକ୍ଷରୁ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବୀର ସେନା ପକ୍ଷରୁ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୁକୁଡାଖଣ୍ଡି, (ଇ. ରଞ୍ଜନ):- କୁକୁଡାଖଣ୍ଡି ବ୍ରହ୍ମପୁର ଉପକଣ୍ଠ ଗୁରୁଣ୍ଠି ଟେକ୍ନୋସିଟି ଅଞ୍ଚଳରେ ପ୍ରାୟ ଏକର ଜମି ରେ ରାମ ଲାଲା ଙ୍କ ୬୦ପୁଟ ବିଶିଷ୍ଟ ରାମ ମନ୍ଦିର ପ୍ରତିଷ୍ଠା ଲାଗି ଅଣ୍ଟା ଭିଡ଼ିଚାଲିଛନ୍ତି ପ୍ରାୟ ୧0ଖଣ୍ଡ ଗ୍ରାମର ଯୁବ ଫିଡି । ବହୁ ଦିନ ଧରି ମନ୍ଦିର ନିର୍ମାଣ ନେଇ ସ୍ଥାନ ଚି଼ହ୍ନଟ କରିବା ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ଟେକ୍ନୋ ପାର୍କର ମାଲିକ ତଥା ବ୍ରହ୍ମପୁର ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ଜଗନ୍ନାଥ ପାଢ଼ୀ ରଘୁବୀର ସେନାଙ୍କ ପକ୍ଷରୁ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ହୃଦୟଙ୍ଗମ କରି ଜମି ପ୍ରଧାନ କରି ମନ୍ଦିର ତୋଳିବା ଯୁବକଙ୍କୁ ଉତ୍ସାହିତ କରିଥିଲେ । ଏବଂ ସହଯୋଗ କରିବା କୁ ପ୍ରତିଶୃତି ଦେଇଥିବା ରୁ ଏକ ସପ୍ତାହ ମଧ୍ୟରେ ଲୋକଙ୍କୁ ଅବଗତ କରି ଆଜି ଭୂମିପୂଜନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଏହି ଟେକ୍ନୋସିଟି ଅଞ୍ଚଳରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ମନ୍ଦିର ଗଡି ତୋଳିବା ସହ ଅଞ୍ଚଳକୁ ଆଧ୍ୟାତ୍ମିକ ପରିବେଶରେ ରଖିବା ସହ ଆଗାମୀ ଦିନ ମାନଙ୍କ ରେ ଉକ୍ତ ଅଞ୍ଚଳରେ ବୃଦ୍ଧାଆଶ୍ରମ ସହ ଗୁରୁକୁଳ ଆଶ୍ରମ ସଂସ୍କୃତ ବିଦ୍ୟାଳୟ ଓ ସମସ୍ତ ମାଙ୍ଗଳିକ ଉତ୍ସବ କରି ଶାନ୍ତିପୂର୍ଣ୍ଣ ଅଞ୍ଚଳ କରିବା ନିମନ୍ତେ ରଘୁବୀର ସେନା ସଂକଳ୍ପବୋଧ ଥିବା ସେନାର ସଭାପତି ଶ୍ରୀକାନ୍ତ ଚୌଧୁରୀ ମତପ୍ରକାଶ କରିଛନ୍ତି ।

ବୀର ସେନା ପକ୍ଷରୁ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଉକ୍ତ କାର୍ଯ୍ୟକ୍ରମରେ ସନ୍ୟାସୀ ଯୋଗଦେଇ ଫଳ ଭୋଗ ବଣ୍ଟନ କରିଥିଲେ । ଭୂମିପୂଜା ସହ ଆଗାମୀ ଦିନ ମନ୍ଦିର ପ୍ରତିଷ୍ଠା ହେବା କୁ ଥିବା ମନ୍ଦିରର ରୂପରେଖ ମଧ୍ୟ ସାଜଶଯ୍ୟା ଭାବେ ନିର୍ମାଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରଘୁବୀର ସେନାର ଉପ ସଭାପତି ଅଭିରାମ ବେହେରା, ଚିନ୍ତାମଣି ବେହେରା, ସମ୍ପାଦକ କୃତିବାସ ବିଶ୍ୱାଳ, ସହ ସମ୍ପାଦକ ସାରଥୀ ସାହୁ, ଚିନ୍ମୟ ମହାରଣା, କୋଷାଧକ୍ଷ ହର ଦୟାଳ ଶର୍ମା, କୁନାଅଞ୍ଚଳ ମହାରଣା, ମିହିର ପଣ୍ଡା, ଅରୁଣ କୁମାର ସାହୁଙ୍କ ସମେତ ଶତାଧିକ ରଘୁବୀର ସେନା ଉପସ୍ଥିତ ରହି ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

You might also like
error: Content is protected !!