ପୁରୁଷୋତ୍ତମପୁର ବ୍ଳକ୍‌ର ଶିକୁଳା କ୍ଲଷ୍ଟରେ କିଶୋରୀ ମେଳା ଅନୁଷ୍ଠିତ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ବ୍ଲକର ଶିକୁଳା କ୍ଲଷ୍ଟର ଏବଂ ବଡ଼ ବରଙ୍ଗା ପଞ୍ଚାୟତ ର କିଶୋରୀ ମାନଙ୍କୁ ନେଇ କିଶୋରୀ ମେଳା ଅଞ୍ଚଳ ପରିଦର୍ଶିକା ଶଶୀ ଦେବୀ ଙ୍କ ସଂଯୋଜନା ରେ ଆରମ୍ଭକରା ଯାଇଥିଲା । ଏହି ମେଳାରେ ମୁଖ୍ୟ ଅତିଥୂ ଭାବେ ବଡ଼ ବରଙ୍ଗା ସରପଞ୍ଚ ଭାସ୍କର ଦୋରା, ସି ହେଚ ଓ ଶୁଭଶ୍ରୀ ବେହେରା, ୱାର୍ଡ ମେମ୍ବର ଡ଼ି ଲୋଜି ଦୋରା, ଆଶା କର୍ମୀ ସୁଲୋଚନା ଦୋରା, ଅନ୍ୟନ୍ୟ କର୍ମୀ ମାନଙ୍କ ଉପସ୍ଥିତି ରେ କିଶୋରୀ ମେଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ କିଶୋରୀ ମାନଙ୍କ ବିବିନ୍ନ ଉର୍ନ୍ନତି ଉପରେ ରାଜ୍ୟ ସରକାର ଙ୍କ ଉଦ୍ୟମକୁଅତିଥି ମାନେ ପ୍ରଶଂସା କରି ଥିଲେ ଏବଂ ସେମାନଙ୍କ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟ ଧାରା କୁ କିଶୋରୀ ମାନେ କିପରି ପୁରା ମାତ୍ରାରେ କୃତ କାର୍ଯ୍ୟ ହୋଇ ପାଟିବେ ତାଉପରେ ଅତିଥି ମାନେ ଆଲୋକ ପାତ କରିଥିଲେ । ଉପସ୍ଥିତ ଅତିଥି ମାନଙ୍କ କଥାକୁ ଗୁରୁତ୍ୱ ଦେଇ ଆଗାମୀ ଦିନରେ କାର୍ଯ୍ୟ କରିବାକୁ କିଶୋରୀ ମାନେ ଅଙ୍ଗିକାର କରିଥିଲେ । ଏବଂ କିଶୋରୀ ମାନଙ୍କ ନାଚ, ଗୀତ ରେ ଉପସ୍ଥିତ ଦର୍ଶକ ଙ୍କ ସହିତ ଅତିଥିମାନେ ମୁଗ୍ଧ ହୋଇ ଯାଇଥିଲେ ।

You might also like
error: Content is protected !!