ଚନ୍ଦ୍ରପୁର ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ) :- ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ଥାନା ଆଇଆଇସି ଶ୍ରୀ ଧରଣୀଧର ପ୍ରଧାନ ଙ୍କୁ ରାୟଗଡା ଜ଼ିଲ୍ଲା ପଦ୍ମପୁର ଥାନାକୁ ବଦଳି ହେବା ପରେ ନୂତନ ଆଇଆଇସି ଭାବେ ପ୍ରଶାନ୍ତ କୁମାର ସେଠି ଯୋଗଦାନ କରିଛନ୍ତି । ଏଥି ପୂର୍ବରୁ ଶ୍ରୀ ପ୍ରଶାନ୍ତ କୁମାର ସେଠି ନବରଙ୍ଗପୁର ଜ଼ିଲ୍ଲା କୁନ୍ଦେଇ ଥାନା ଆଇଆଇସି ଭାବେ କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସିଛନ୍ତି । ସେ ଚନ୍ଦ୍ରପୁର ଥାନା ଠାରେ ଗତ ଫେବୃଆରୀ ମାସ 28 ତାରିଖ ଦିନ ଯୋଗଦାନ କରିଛନ୍ତି । ତାଙ୍କର ଏହି ଯୋଗଦାନ ସମୟରେ ଚନ୍ଦ୍ରପୁର ଥାନା Si ବୀରେନ୍ଦ୍ର ରାଏ, Asi ର୍ନୁସିଂହ ସାହୁ, ହୃଷିକେଶ ପଟେଲ, କନେଷ୍ଟ ବଲ, ହୋମଗାଡ଼ ଶ୍ରୀ ସେଠି ଙ୍କୁ ସ୍ୱାଗତ କରିଛନ୍ତି । ଆଇଆଇସି ଶ୍ରୀ ସେଠି ଚନ୍ଦ୍ରପୁର ଅଞ୍ଚଳ ବିଷୟରେ କର୍ମଚାରୀ ଙ୍କୁ ପଚାରି ବୁଝିଥିଲେ ଓ ନିଜର କାର୍ଯ୍ୟ କୁ ସୁଚାରୁରୂପେ ପରିଚାଳନା କରିବା ନିମନ୍ତେ କହିଛନ୍ତି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସହ ବେଆଇନ ଉପରେ କଡା ନଜର ରଖିବା ନିମନ୍ତେ କହିଛନ୍ତି ।

You might also like
error: Content is protected !!