ମହାଶିବରାତ୍ରୀ ପାଇଁ ଶୈବପୀଠ ଚଳଚଞ୍ଚଳ: ଶତାଧିକ ଭକ୍ତଙ୍କ ସମାଗମ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ପବିତ୍ର ମହାଶିବରାତ୍ରୀ ଓ ‘ଜାଗର’ ଉତ୍ସବ ଅବସରରେ ଗାଁଠୁ ସହରର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ବାଲିଗୁଡା ତଥା ଏହାର ଆଖପାଖ ପ୍ରମୁଖ ଶିବମନ୍ଦିର ସମେତ ଅନ୍ୟନ୍ୟା ମନ୍ଦିରରେ ମଧ୍ୟ ବଢ଼ି ଭୋରୁ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବା ସହିତ ମହାଦେବଙ୍କୁ ଦର୍ଶନ କରିଛନ୍ତି। ଅଞ୍ଚଳର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦରର ଧବଳେଶ୍ୱର ମନ୍ଦିର, ଜଳେଶପଟ୍ଟାର ଜଳେଶ୍ୱର ମନ୍ଦିର ରେ ସମସ୍ତ ପ୍ରକାର ନୀତିକାନ୍ତି ସହ ଦିନ ତମାମ ପୂଜା କାର୍ଯ୍ୟକ୍ରମ ଚାଲୁ ରହିଥିଲା l କେବଳ ସେତିକି ନୁହେଁ କନ୍ଧମାଳ ଜିଲ୍ଲାକୁ ଆସୁଥିବା ବିଦେଶୀ ଭକ୍ତମାନେ ଶ୍ରଦ୍ଧାର ସହ ଶିବଆରାଧନା ଓ ବାବା ଭୋଲେନାଥଙ୍କମହାଶିବରାତ୍ରୀ ପାଇଁ ଶୈବପୀଠ ଚଳଚଞ୍ଚଳ: ଶତାଧିକ ଭକ୍ତଙ୍କ ସମାଗମମହାଶିବରାତ୍ରୀ ପାଇଁ ଶୈବପୀଠ ଚଳଚଞ୍ଚଳ: ଶତାଧିକ ଭକ୍ତଙ୍କ ସମାଗମମହାଶିବରାତ୍ରୀ ପାଇଁ ଶୈବପୀଠ ଚଳଚଞ୍ଚଳ: ଶତାଧିକ ଭକ୍ତଙ୍କ ସମାଗମମହାଶିବରାତ୍ରୀ ପାଇଁ ଶୈବପୀଠ ଚଳଚଞ୍ଚଳ: ଶତାଧିକ ଭକ୍ତଙ୍କ ସମାଗମ ପୂଜା ଆରାଧନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା l ଆସ୍ଥା ଓ ବିଶ୍ବାସ ର ଶିବରାତ୍ରୀରେ ଉପବାସ କରି ମାନସିକ ରଖିବା ସହ ଉଜାଗର ରହି ଦୀପ ଜାଳିଲେ ରୋଗ ବୈରାଗରୁ ମୁକ୍ତି ମିଳିବ ଏବଂ ଯାହା ମାନସିକ କରିଥିବ ତାହା ନିଶ୍ଚିତ ପୂରଣ ହେବ ବୋଲି ବର୍ଣ୍ଣିତ ରହିଛି l ରାତ୍ରିରେ ମହାଦୀପ ପ୍ରଜ୍ବଳନ ଏବଂ ମାନସିକ ଓ ଉପବାସ ବ୍ରତ ରଖି ଥିବା ଶ୍ରଦ୍ଧାଳୁମାନେ ଜାଗର ଦୀପ ଜାଳିବା ପାଇଁ ପୂଜା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ବିଭିନ୍ନ ମନ୍ଦିରରେ ଭଜନ କୀର୍ତ୍ତନ ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ତେବେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପରିଚାଳନା କମିଟି ଓ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

You might also like
error: Content is protected !!