ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ରେ ବିଭିନ୍ନ ଜଟିଳ ରୋଗ ନିରୂପଣ କରି ରୋଗୀ ଉପକୃତ ହେବା ଆବଶ୍ୟକ:- ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ବ୍ରହ୍ମପୁର, (ବିଚିତ୍ର ସାହୁ) :- ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘର ୨୫ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ଫେବୁଆରୀ ୧୯ ବୁଧବାର ଠାରୁ ଆରମ୍ଭ ହୋଇଛି । ୨୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ୟୁ ସି ପି ଇଞ୍ଜିନିୟରିଂ ସ୍କୁଲ ଖେଳ ପଡିଆ ଠାରେ ଆହୋଜିତ ହେବ । ଗଂଜାମ ଜିଲ୍ଲା ସ୍ବାସ୍ଥ୍ୟ ମହୋତ୍ସବ କମିଟିର ସଭାପତି ବିଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଦ୍ୱିତୀୟ ଦିବସରେ ବୀବରଣୀ ପାଠ କରିଥିଲେ।ନବୀନ କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ନାରାୟଣ ମହାଙ୍କୁଡ଼, ଦେବାଶିଷ ପଣ୍ଡା, ବିଜୟ ଅଧିକାରୀ, ରୋହିତ ପରିଡ଼ା, ସୀତାଂଶୁ ପଣ୍ଡା ରାଜୀବ ମିଶ୍ର , ଟୁଟୁ ବେହେରା, ସାଧନା ପାଢ଼ୀ, ନିବେଦିତା ପାଢ଼ୀ, ତପନ ପଣ୍ଡା, ନାଗେଶ୍ଵର ପୃଷ୍ଟି, କେଦାର ନାଥ ଜେନା, ଡ଼ା କିରଣ ପାଣିଗ୍ରାହି, କୃଷ୍ଣ ଚନ୍ଦ୍ର ପାଢି, ସୁଶାନ୍ତ କୁମାର ପାଳ ଓ ଲୋକ ସମ୍ପର୍କ ଅଧିକାରୀ ସୁଦୀପ ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏଥିରେ ସହ ଯୋଗ କରିଥିଲେ । ସ୍ୱାସ୍ଥ୍ୟ ମହୋତ୍ସବ ରେ ସକାଳ ସମୟରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହ ଓଷଧ ବିତରଣ କରାଯାଇଥିଲା । ବହୁ ଅଭିଜ୍ଞ ଡାକ୍ତରଙ୍କ ସହ ବିଭିନ୍ନ ମେଡ଼ିସିନ୍ କମ୍ପାନୀ ତରଫରୁ ଷ୍ଟଲ ମଧ୍ୟମରେ ସ୍ୱାସ୍ଥ୍ୟ ସୁରକ୍ଷା ଓ ଯତ୍ନ ସଂପର୍କରେ ସଚେତନ କରାଯାଇଥିଲା । ସଂଧ୍ୟାରେ ସ୍ଥାନୀୟ କଳାକାରଙ୍କ ସହ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ଵାସ୍ଥ୍ୟ ଜନିତ ଆଲୋଚନା ସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ଖ୍ୟାତନାମା ଅଭିନେତ୍ରୀ ଡ ଶୀତଲ ପାତ୍ର ଯୋଗ ଦେଇ ଦର୍ଶକ ମାଧ୍ୟମରେ ସଭିଙ୍କୁ ଉତ୍ସାହିତ କରିଥିଲେ। ଉଚ୍ଚ ରକ୍ତ ଚାପ୍, ମଧୁମେହ, ଥାଇରଏଡ, ସ୍ନାୟୁ ଦୁର୍ବଳତା, ସ୍ତ୍ରୀ ଓ ପ୍ରସୂତି ଜନିତ ରୋଗ, ଶିଶୁ ରୋଗ, ଅଣ୍ଟା ବ୍ୟଥା, ଚକ୍ଷୁ, ଦନ୍ତ, ବାର୍ଦ୍ଧକ୍ୟ ଜନିତ ରୋଗ, ସହ ଯେ କୌଣସି ଅସ୍ତ୍ରୋପଚାର, ହୃଦ୍ ଜନିତ ସମସ୍ୟା, ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ସହ ଅନ୍ୟାନ୍ୟ ସମସ୍ତ ରୋଗ ସଂପର୍କରେ ଏଠାରେ ସଚେତନ ସହ ପରାମର୍ଶ ଯାଇଥିଲା । ଏଲୋପ୍ୟାଥିକ ସହ ହୋମିଓପାଥିକ, ଆୟୁର୍ବେଦ , ଯୋଗ, ପ୍ରାକୃତିକ ଚିକିତ୍ସା ଓ ଅନ୍ୟାନ୍ୟ ବିଭାଗ ର ସ୍ୱାସ୍ଥ୍ୟ ଜନିତ ରୋଗ ର ମାଗଣା ଚିକିତ୍ସା ସହ ପରାମର୍ଶ ଓ ଚିକିତ୍ସା ପ୍ରଣାଳୀ ସମ୍ପର୍କ ରେ ବରିଷ୍ଠ ଓ ଅଭିଜ୍ଞ ବିଶେଷଜ୍ଞଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିଲା। ଏପରି ମେଗା ସ୍ୱାସ୍ଥ୍ୟ ମହୋତ୍ସବ ରେ ଦକ୍ଷିଣାଞ୍ଚଳର ସମସ୍ତ ଜିଲ୍ଲା ସମେତ ବହୁ ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗ ଦେବାକୁ ନିବେଦନ କରାଯାଇଛି। ମୁଖ୍ୟ ଅତିଥି ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମାନ୍ୟବର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଓଡ଼ିଶା ସରକାର ସମ୍ମାନିତ ପୂର୍ଣ୍ଣ ଚନ୍ଦ୍ର ସେଠୀ ମାନ୍ୟବର ବିଧାୟକ ଖଲିକୋଟ, ସିଡିଏମଓ ଡ ବିଜୟ କୁମାର ପଣ୍ଡା, ମୁଖ୍ୟ ବକ୍ତା ଡି ପି ମ ଓ ଶ୍ୟାମ ସୁନ୍ଦର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ପଣ୍ଡା ସଭାପତି ପି ଜି ବିଭାଗ ବାଓ ଟେକ୍ନୋଲୋଜି ମହୁଡ଼ା, ନବୀନ ମହାପାତ୍ର କାର୍ଯ୍ୟକାରୀ ସଭାପତି (ଏ ଆଇ ପି ) ପ୍ରମୁଖ ଅତିଥି ରୁପେ ଯୋଗ ଦେଇଥିଲେ। ପୁପିନ୍ଦର ଓ ଗୁନ ଗୁନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ସାଂସ୍କୃତିକ ରେ ଓଲିଉଡ ର ବହୁ କଳାକାର ଆସି ବହୁ ଗୀତ ସଙ୍ଗୀତ ବହୁ ସ୍ଥାନୀୟ କଳାକାରଙ୍କ ଯାଦୁରେ ମତୁଆଲା ହେଲେ ଦର୍ଶକ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି ସିମଞ୍ଚଳ ବାରିକ, ତପନ କୁମାର ସାହୁ, କନକ ଲତା ଦାସ , ରବି ନାରାୟଣ ପଶୁପାଳକ, ଡକ୍ଟର କିରଣ କୁମାର ପାଣିଗ୍ରାହୀ, ବରୁଣ କୁମାର ପଣ୍ଡା, ରୋହିତ ପରିଡ଼ା ନିଜ ନିଜ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଯୋଗୁ ସମ୍ମାନିତ କରାଗଲା ।