ବ୍ରହ୍ମପୁର ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ- ପୂର୍ବତଟ ରେଳବାଇ ଜି.ଏମ ଙ୍କ ପ୍ରତିଶ୍ରୁତି

ବ୍ରହ୍ମପୁର, (ବିଚିତ୍ର ସାହୁ) :- ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ଙ୍କ କାର୍ଯ୍ୟାଳୟରେ ମାନ୍ୟବର ବ୍ରହ୍ମପୁର ବିଧାୟକ K. ଅନିଲ କୁମାର ଙ୍କ ନେତୃତ୍ଵ ରେ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତାରାୟ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଙ୍କ ସହିତ ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ ଉନ୍ନୟନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନଙ୍କ ସହ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ପରମେଶ୍ବର ଫୁଙ୍କୱାଲ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ଏକ ଗୁରୁତ୍ବପୂର୍ଣ୍ଣ ବହୁପ୍ରତିକ୍ଷିତ ବୈଠକ ଅନୁଷ୍ଠିତ ହୋଇ ଯାଇଛି।

ଏହି ବୈଠକରେ ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶା ର ସାଧାରଣ ଜନତାଙ୍କ ବୃହତ୍ତର ସ୍ବାର୍ଥ କୁ ନେଇ ବହୁ ଦିନ ଧରି ଦାବି ହୋଇ ଆସୁଥିବା ଯଥା ବ୍ରହ୍ମପୁରକୁ ବିଶ୍ଵ ସ୍ତରୀୟ ଷ୍ଟେସନ୍ କରିବା, ୫ ଓ ୬ ନମ୍ବର ପ୍ଲାଟଫର୍ମ ନିର୍ମାଣ, ବ୍ରହ୍ମପୁର ରେ କୋଚିଂ ଡିପୋ ପ୍ରତିଷ୍ଠା ଓ ଏହାକୁ ବିଶ୍ବ ସ୍ତରୀୟ ଷ୍ଟେସନ୍ ଯୋଜନା ରେ ସାମିଲ କରିବା, ଅଟକି ରହିଥିବା ବିଭିନ୍ନ ରେଳ ଫ୍ଲାଏ ଓଭର୍ (ଜଗନ୍ନାଥପୁର, ଆମ୍ବପୁଆ ଓ ସୋରଳ) ଓ ଦୈନିକ ଯାଉଥିବା କର୍ମଚାରୀ ଓ ସଧାରଣ ଜନତା ଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓ ଗମନା ଗମନ କୁ ସୁଗମ କରିବା ପାଇଁ ବ୍ରହ୍ମପୁର ରୁ ଭୁବନେଶ୍ୱର, ବିଶାଖାପାଟଣା ଓ ପୁରୀ କୁ ନିୟମିତ ରେଳର ବ୍ୟବସ୍ଥା ଓ ଏହି ରେଳରେ ଏସି ଚେୟାର କାର ର ବ୍ୟବସ୍ଥା, ବ୍ରହ୍ମପୁର ରୁ ନୂଆଁଦିଲ୍ଲୀ, ମୁମ୍ବାଇ ଓ ସୁରତ କୁ ଦ୍ରୁତଗାମୀ ଦୈନିକ ଟ୍ରେନର ବ୍ୟବସ୍ଥା, ବ୍ରହ୍ମପୁର ଷ୍ଟେସନରେ ସବୁ ଦ୍ରୁତଗାମୀ ଟ୍ରେନର ରହଣି ବ୍ୟବସ୍ଥା, ଭୁବନେଶ୍ୱରରୁ ବ୍ରହ୍ମପୁର କୁ ଦ୍ରୁତଗାମୀ ଟ୍ରେନ ଗୁଡ଼ିକର ସମ୍ପ୍ରସାରଣ, ଓ ଭୁବନେଶ୍ୱର ରୁ ବ୍ରହ୍ମପୁର ଦିଗରେ ଯାଉଥିବା ସମସ୍ତ ଦ୍ରୁତଗାମୀ ଟ୍ରେନରେ ସ୍ଲିପର ଟିକେଟ ର ପୁନଃ ପ୍ରଚଳନ କରିବା ପାଇଁ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ପ୍ରତିଶ୍ରୁତି ଦେଇଛନ୍ତି।

ବ୍ରହ୍ମପୁର ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ- ପୂର୍ବତଟ ରେଳବାଇ ଜି.ଏମ ଙ୍କ ପ୍ରତିଶ୍ରୁତି

ଏଥିସହ ଦକ୍ଷିଣ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବ୍ରହ୍ମପୁର – ସମ୍ବଲପୁର ଭାୟା ଫୁଲବାଣୀ, ଗୋପାଳପୁର ରୁ ରାୟଗଡ଼ା ଓ ଗୋପାଳପୁର ରୁ ତାଳଚେର ରେଳପଥ କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯିବ ବୋଲି ରେଳବାଇ ମହାପ୍ରବନ୍ଧକ କହିଥିଲେ ଓ ବିଧାୟକ ମାନେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସଂପ୍ରତି ବିଧାୟକ ମାନଙ୍କ ମିଳିତ ପ୍ରୟାସ କୁ ସର୍ବସମ୍ମତି କ୍ରମେ ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ ଉନ୍ନୟନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନଙ୍କ ତରଫରୁ ଭୂୟସୀ ପ୍ରଶଂସା କରାଯାଇଛି ଯାହାକି ଅନେକ ଦିନର ଦାବିକୁ ପୂର୍ଣ୍ଣକ୍ଷମ ଓ ସଫଳ କରିବ ବୋଲି ଆଶା କରାଯାଉଛି।
ଉକ୍ତ କାର୍ଯ୍ୟକ୍ରମ ରେ ଆବାହକ ତଥା ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକ, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସଭପତି ରାମ ପ୍ରସାଦ ତ୍ରିପାଠୀ, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସଚିବ V ସୋମେଶ୍ୱର ରାଓ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ Dr ବାଳକୃଷ୍ଣ ପଣ୍ଡା, E. ତେଜେଶ୍ୱର୍ ରାଓ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

You might also like
error: Content is protected !!