ବନାଗ୍ନି ରୋକିବାକୁ ବନ ବିଭାଗ ର ଅଭିନଵ ପ୍ରୟାସ : ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଗାଁ ଗାଁ ରେ ଜନ ସଚେତନ
ବାଲିଗୁଡା (ସୁକାନ୍ତ କୁମାର ତ୍ରିପାଠୀ) ବାନାଗ୍ନୀ ନିରାକରଣ ପାଇଁ ବନ ବିଭାଗ ର ଅଭିନଵ ପ୍ରୟାସ l ବନଗ୍ନୀ ରୋକିବାକୁ ଖରାଦିନ ପୂର୍ଵରୁ ଆଗୁଆ ପଦକ୍ଷେପ ନେଉଛି ବନବିଭାଗ l ବାଲିଗୁଡା ବନଖଣ୍ଡ ର ଡ଼ି. ଏଫ. ଓ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ କୋଟଗଡ ବନାଞ୍ଚଳ ଅଧିକାରୀ ବାଳଗୋପାଳ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱlବଧାନ ରେ ଶ୍ରୀରାମପୁର ସେକ୍ସନ ଓ ସୁବର୍ଣ୍ଣଗିରୀ ଜନ ସଚେତନତା ସଭା ସହିତ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର କଳାକାର ମାନେ ନିଖୁଣ ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କୁ ସଚେତନତା ର ବାର୍ତ୍ତା ବlଣ୍ଟିଥିଲେ । ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରଚିତ ଓ ନିର୍ଦ୍ଦେଶନାରେ ସଚେତନଧର୍ମି ପଥପ୍ରାନ୍ତ ନାଟକ ” ଜଳୁଛି ଜଙ୍ଗଲ ‘ ବେଶ ହୃଦୟସ୍ପର୍ଶୀ ହୋଇଥିଲା l ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷ ରୁ ନିବୃତ ବେ ଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ

ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ନିମନ୍ତେ ଆୟୋଜିତ ପଥପ୍ରାନ୍ତ ସଭା ରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ଉଦଘାଟନ କରିଥିଲେ ଫରେଷ୍ଟର ହରିଶ ପ୍ରଧାନ, ଫରେଷ୍ଟର ଫକୀର ଡିଗାଲ ଫରେଷ୍ଟର ରବୀନ୍ଦ୍ର ନାୟକ, ଫରେଷ୍ଟର ପ୍ରିୟଙ୍କା କହଁ ର, ଫରେଷ୍ଟ ଗାର୍ଡ ସଂଜୀବ ବିଶିମାଝି, ଶ୍ରଦ୍ଧାଞ୍ଜଳି ମଳିକ, ଧନେଶ୍ୱର ବେନିଆ ଖଗେଶ୍ୱର ପ୍ରଧାନ, ରଜନୀ କାନ୍ତ ବେହେରା, ଦୀପକ ପଟ୍ଟନାୟକ ଯୋଗ ଦେଇଥିଲେ lମୁଖ୍ୟବକ୍ତା ଭାବେ ଗଞ୍ଜାମ ଜ଼ିଲ୍ଲା ରେ କାର୍ଯ୍ୟରତ ଅଗ୍ନିଶମ ଅଧିକାରୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଖଣ୍ଡଗିରୀ ଯୋଗଦେଇ ଜଙ୍ଗଲ ନିଆଁ କୁ ରୋକିବା ଓ ଜଙ୍ଗଲ ସୁରକ୍ଷା ନେଇ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମ ସମସ୍ତ ଫରେଷ୍ଟ ଗାର୍ଡ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତି ର ସଦସ୍ୟ ସମେତ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ll ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ l
