ସରକାରୀ SSD ବାଳକ ବାଳିକା ବିଦ୍ୟାଳୟ ନେହୁରପାଙ୍ଗା ଠାରେ ବାର୍ଷିକ ମହୋତ୍ସବ ପାଳିତ
ଚନ୍ଦ୍ରପୁର, (କୈଳାସ ମାଳ ବିଷୋୟୀ) -: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଞ୍ଚାୟତ SSD ସରକାରୀ ବିଦ୍ୟାଳୟ ନେହୁରପାଙ୍ଗା ପ୍ରଧାନ ଶିକ୍ଷକ ଶ୍ରୀ ରାଜୁ ପାଲ ଙ୍କ ନେତୃତ୍ୱ ରେ ଆଜି ନେହୁରପାଙ୍ଗ। ଠାରେ ବାର୍ଷିକ ମହୋତ୍ସବ ପାଳିତ ହୋଇଛି । ସଭାପତି ଭାବେ ପୂର୍ବତନ DW ଅକ୍ଷୟ କୁମାର ମଲିକ,ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟୀନ କିମ୍ଵାକା ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ADW ପ୍ରଦୀପ୍ତ କୁମାର ଦଳେଇ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ବୁଡୁବାଲି ସରପଞ୍ଚ ଭିମ ଗଗେରାଙ୍ଗା, ଶିକ୍ଷା ବିଭାଗ BEO ଗଣେଶ ଶବର, ସଂସ୍କୃତି ମହାବିଦ୍ୟାଳୟ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ମଲିକ, ABEO ଉମାକାନ୍ତ ମିଶାଲ, ବୁଡୁବାଲି ପ୍ରଧାନ ଶିକ୍ଷକ ସୁଦର୍ଶନ ଅଡଙ୍ଗାକା, ହାକୁସପାଙ୍ଗା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ମିଳା ପିପଳି, ରାଇବିଜି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁରାଧା ଲିଙ୍ଗମ, ABEO ଉମାକାନ୍ତ ମିଶାଲ SSD ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନସିପାଲ ରଞ୍ଜିତ ପ୍ରଧାନ,ଯୋଗ ଦେଇ ପଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଠାରେ ଦୀପ ପ୍ରଜ୍ଜ୍ୱଳନ କରି ବାର୍ଷିକ ମହୋତ୍ସବ କୁ ଶୁଭାରମ୍ଭ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ରାଜୁପାଲ ମୁଖ୍ୟ ଅତିଥି, ସାମ୍ନାନୀୟ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉପଢୌକାନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

ପ୍ରଧାନ ଶିକ୍ଷକ ଶ୍ରୀ ପାଲ ପ୍ରଥମେ ବିଦ୍ୟାଳୟ ବିବରଣୀ ପାଠକରିଥିଲେ । ମଞ୍ଚାସିନ ଅତିଥିବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ବିଷୟରେ ବୁଝାଇ ବା ସହ ପୂର୍ବରୁ ସ୍କୁଲରେ ଖେଳ ବକୃତା ଓ ବିଭିନ୍ନ ଖେଳ ପ୍ରତିଯୋଗିତା ରେ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି, ସମ୍ନାନନୀୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରିଥିଲେ । ଏବଂ ଭଲିବଲ ପ୍ରତି ଯୋଗିତାରେ ପ୍ରଧାନ ଶିକ୍ଷକ ଶ୍ରୀ ପାଲ ଙ୍କ ଦଳ ବିଜୟ ହାସଲ କରିଥିବାରୁ ବିଜୟୀ ଦଳକୁ ADW ଶ୍ରୀ ଦଳେଇ ସଭାପତି ଶ୍ରୀ ମଲିକ, BEO ଶ୍ରୀ ଶବର ଙ୍କ ଦ୍ୱାରା ମାନପତ୍ର ଓ ଟ୍ରପି ପୁରସ୍କୃତ କରିଥିଲେ ଓ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଚୌଧୁରୀଙ୍କୁ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ମଲିକ ଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ । ଏଥିରେ ବିଦ୍ୟାଳୟ ଶିକ୍ଷକ ସନ୍ତୋଷ କୁମାର କୁସୁଲିଆ, ଜଗନ୍ନାଥ ବାଗ,ସ୍ୱାସ୍ଥ୍ୟ କର୍ମୀ ସଂଯୁକ୍ତା ଶବର ଶ୍ରୀପତି ହାଡ୍ରାଙ୍ଗା, CCA ଆଦିତ୍ୟ ନାରାୟଣ ପ୍ରଟୀଙ୍ଗା, ଦିଆଲା, LCCA ବନିତା ପ୍ରଟୀଙ୍ଗା,ଉର୍ମିଳା, ଜୀବନ୍ତି, ପୂର୍ବତନ CRCC ହେମନ୍ତ ମଲିକ, ପୂର୍ବତନ ବ୍ଲକ ଅଧ୍ୟାକ୍ଷା ସଞ୍ଜିତା ପ୍ରଟୀଙ୍ଗା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱନାଥ ପ୍ରଟୀଙ୍ଗା, ସୁନାମଣୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଭୟରାମ ନାୟକ, ବୁଡୁବାଲି ପ୍ରଧାନ ଶିକ୍ଷକ ସୁଦର୍ଶନ ଅଡଙ୍ଗାକା, ଓ ବିଭିନ୍ନ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନାଚ ପରିବେଷଣ କରାଯାଇଥିଲା । ମଞ୍ଚ ଶ୍ରୀ ସନ୍ତୋଷ କୁମାର କୁସୁଲିଆ ପରିଚାଳନା କରିଥିଲେ ଓ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
