ଶ୍ରୀ ଶ୍ରୀ ତୁମ୍ବେଶ୍ୱର ଶିଶୁ ମନ୍ଦିର ର 9ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ପ୍ରସନ୍ନ କୁମାର ଦାଶ :- ପ୍ରତାପପୁର ଗ୍ରାମରେ ଥିବା ତୁମ୍ବେଶ୍ୱର ଶିଶୁ ମନ୍ଦିର ଠାରେ ନବମ ବାର୍ଷିକ ଉତ୍ସବ ଅନୁଷ୍ଠାନର ସମ୍ପାଦକ ଅଜୟ କୁମାର ପାଣୀଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତାପୁର ସରପଞ୍ଚ ଦାଶ ବେହେରା, ମୁଖ୍ୟ ବକ୍ତା ଭାବେ ଏ ବିଇ ଓ ସିମାଞ୍ଚଳ ରଥ ସାର, ବିଦ୍ୟାଳୟର ସଭାପତି ପ୍ରଭାକର ରାଉଳ, ପ୍ରଧାନ ଆଚାର୍ଯ୍ୟ ନୀଳକଣ୍ଠ ବେହେରା, ସମ୍ମାନିତ ଅତିଥି ଭାବେ ପ୍ରତାପପୁର କ୍ଲଷ୍ଟର ର ସିଆର ସିସି ପୂର୍ଣ୍ଣ ଚନ୍ଦ୍ର ନାୟକ, ହାଣ୍ଡିଘର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବସନ୍ତ କୁମାର ମହାପାତ୍ର,ପ୍ରତାପୁର ପଞ୍ଚାୟତ ର ସମିତି ସଭ୍ୟା ସୁଷମା ପାତ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ ଓ S. ନାଗେଶ୍ୱର ସୁବୁଦ୍ଧି ମଞ୍ଚାସିନ ଥିଲେ । ସମ୍ପାଦକ ପ୍ରଥମେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।

ଶ୍ରୀ ଶ୍ରୀ ତୁମ୍ବେଶ୍ୱର ଶିଶୁ ମନ୍ଦିର ର 9ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ମୁଖ୍ୟ ଅତିଥି ସରପଞ୍ଚ ଦାଶ ବେହେରା ପିଲାମାନେ ଭଲ ପାଠ ପଡି ଭଲ ମଣିଷ ହୋଇ ଦେଶ ମାତୃକାର ନାମ ରଖିବାକୁ କହିଥିଲେ । ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସିମାଞ୍ଚଳ ରଥ ପିଲା ମାନଙ୍କୁ ମନ ମତା ଣିଆ କଥା କହି ଖୁସି କରିଦେଇଥିଲେ । ଏବଂ ଅନ୍ୟ ସମ୍ମାନିତ ଅତିଥି ତଥା ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ପିଲାମାନେ ଦୁଇଟି ଜିନିଷ କୁ ଧ୍ୟାନ ଦେବାକୁ କହିଥିଲେ । ପ୍ରଥମଟି ହେଲାପିତା, ମାତା ସେବା ସହିତ ଗୁରୁସେବା ଓ ଦ୍ୱିତୀୟଟି ହେଲା ପାଠ ପଢି ଧୈର୍ଯ୍ୟ ଓ ସାହସ ରଖି ସଫଳ ତାରେ ପହଞ୍ଚିବାକୁ ହେବ କହିଥିଲେ । ଶେଷରେ ପିଲାମାନେ ମନ ମୁଗ୍ଧକାର ନୃତ୍ୟ ପରିବେଷଣ କରି ଉପସ୍ଥିତ ଅତିଥି ଓ ଅଭିଭାବକ ତଥା ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁମା ପ୍ରିୟଙ୍କା ସାହୁ, ସଙ୍ଗୀତା ସାହୁ, ପୂଜା ସାହୁ, ପ୍ରକାଶିନି ସାହୁ, ମୋନାଲିଶା ଗୌଡ଼, ରେଣୁବାଳା ମହାପାତ୍ର ଙ୍କ ସହ ସେବିକା କବିତା ମହାପାତ୍ର ଏ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗରେ ବାର୍ଷିକ ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ନୀଳକଣ୍ଠ ବେହେରା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
error: Content is protected !!