ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ
ବ୍ରହ୍ମପୁର,୧୬/୦୨ [ବିଚିତ୍ର ସାହୁ] : ରବିବାର ଉମାଚରଣ ପଟନାୟକ ଇଂଜିନିୟରିଂ ସ୍କୁଲ ପ୍ରାଙ୍ଗଣରେ ରାଜ୍ୟ ସ୍ତରୀୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ୧୪ଶ ତମ ରାଜ୍ୟ ସ୍ତରୀୟ ସମ୍ମିଳନୀ ତଥା ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସରକାରୀ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଯଥା ରିତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘର ସଭାପତି ଉକ୍ତ ୧୪ଶ ସମ୍ମିଳନୀର ସଂଘୀୟ ପତାକାକୁ ଉତ୍ତୋଳନ କରିଥିଲେ ଓ ସହିଦ ସମ୍ପାଦକ ଶ୍ରୀ ଅଶୋକ କୁମାର ମୁଦୁଲି ,କାର୍ଯକାରୀ ସଭାପତି ଅଶିଳ କୁମାର ବ୍ରହ୍ମଙ୍କ ସହିତ ସମସ୍ତ କର୍ମକର୍ତ୍ତା କର୍ମଚାରୀ ମାଲ୍ୟାର୍ପଣ କରିଥିଲେ । ଉକ୍ତ ସଭାକୁ ମାନ୍ୟବର ବାଣିଜ୍ୟ ପରିବହନ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୁଷଣ ଯେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସଙ୍ଗେ ସଙ୍ଗେ ଜଳ ଯୋଗାଣ କର୍ମଚାରୀମାନଙ୍କ କାର୍ଯ୍ୟଶୈଳିକୁ ପ୍ରଶଂସା କରିଥିଲେ । ଜଳ ଯୋଗାଣ ଭଳି ଏକ ଅତ୍ୟାବଶ୍ୟକ କାର୍ଯ୍ୟକୁ ବିଭିନ୍ନ ସମୟରେ ଯଥା ବନ୍ୟା ,ବାତ୍ୟା ଓ ପ୍ରାକୃତିକ ଦୁର୍ବିପାକ ସମୟରେ ନିଜ ପରିବାର ତଥା ନିଜ ଜିବନକୁ ବାଜି ଲଗାଇ ସଂପାଦନ କରୁଥିବାରୁ ଆଗକୁ କିଭଳି ଏହିଧାରା ସେମାନେ ବଜାୟ ରହିବେ ସେମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ଏହି ସଭାରେ ସମ୍ମାନୀୟ ଅତିଥି ଭାବେ ମାନ୍ୟବର ବିଧାୟକ ଛତ୍ରପୁର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ , ମାନ୍ୟବର ବିଧାୟକ ଚିକିଟି ଶ୍ରୀଯୁକ୍ତ ମନୋରଞନ ଡ୍ୟାନ ସାମନ୍ତରାୟ ଶ୍ରୀଯୁକ୍ତ ଇଂ ସୁଶାନ୍ତ କୁମାର ପାତ୍ର, ଅଧ୍ୟକ୍ଷ ଉମାଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ ଓ ଜନସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପଦାଧିକାରୀ ଯୋଗ ଦେଇ କର୍ମଚାରୀମାନଙ୍କୁ ଏଇଭଳି ସଂଗଠିତ ରହି ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକ ସଂସ୍ଥାର ଉତ୍ସର୍ଗିକୃତ ଓ ମହତ ସେବା ପ୍ରଦାନ ପାଇଁ ଦିଗଦର୍ଶନ ଦେଇଥିଲେ ।ଏହି ସଭାର ସଂଘର ମୁଖ୍ୟ ଉପଦେଷ୍ଟା ତଆ ପ୍ରାକ୍ତନ ବିଧାୟକ ଡଃ.ପ୍ରଭାତ ରଂଞନ ବିଶ୍ୱାଳ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବିଗତ ଦିନର ତାଙ୍କର ସଂଘ ପ୍ରତି ଅବଦାନ ଓ କର୍ମଚାରୀମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ଉକ୍ତ ସଭାଟିକୁ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ସଭାପତିତ୍ବ କରିଥିଲେ ଓ ସମସ୍ତେ ସଙ୍ଗଠିତ ହୋଇ କିଭଳି କର୍ମଚାରୀ ମାନଙ୍କ ଦାବି ହାସଲ ହେବ ତାହା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସଂଘର ସାଧାରଣ ସଂମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ମୁଦୁଲି ପ୍ରଥମେ ଅତିଥି ପରିଚୟ ପ୍ରଦାନ କରିବା ସହିତ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଦେଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏଥିରେ ସହ ବନ୍ଧିତ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଜିତ କୁମାର ନାୟକ ଯୋଗଦେଇ କର୍ମଚାରୀ ମାନଙ୍କ ଉନ୍ନତି ନିମନ୍ତେ ସୁଚିନ୍ତିତ ମତାମତ ଦେଇଥିଲେ , ଏହି ସଭାରେ ବ୍ରହ୍ମପୁର ମଣ୍ତଳ ଦ୍ୱାରା ସଂଘର ରାଜ୍ୟ ସଭାପତି ଶ୍ରଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେବା ସାଙ୍ଗେ ସାଙ୍ଗେ କର୍ମଚାରୀ ସେବା ସାଧକ ନାମକ ସ୍ମରଣିକା ଉନ୍ମୋଚନ ମୁଖ୍ୟ ଅତିଥି ତଥା ମାନ୍ୟଗନ୍ୟ ସମ୍ମାନିତ ଅତିଥିଙ୍କ ଦ୍ବାରା କରାଯାଇଥିଲା ଓ ଶ୍ରୀ ମହାନ୍ତିଙ୍କୁ କର୍ମବୀର ସମ୍ମାନର ଅଳଙ୍କୃତ କରାଯାଇଥିଲା । ଏହି ସଭାଟିକୁ ବ୍ରହ୍ମପୁର ମଣ୍ତଳ ର ଶ୍ରୀ ପ୍ରଦୀପ କୁମାର ସିଂ , ଶ୍ରୀ ପଦ୍ମଚରଣ ପାଢୀ, ଶ୍ରୀ ସନ୍ତୋଷ କୁମାର ସ୍ବାମୀ, ଶ୍ରୀ ସୁମନ କୁମାର ପାତ୍ର, ସୀମାଞ୍ଚଳ ପଣ୍ତା ସମେତ ସମସ୍ତ କର୍ମକର୍ତ୍ତା ସୁଚାରୁ ରୂପେ ସଂପାଦନ କରିଥିଲେ । ଉକ୍ତ ସଭାରେ ଆଗାମୀ ସମ୍ମିଳନୀ ପର୍ଯ୍ୟନ୍ତ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ମଖ୍ୟଉପଦେଷ୍ଟା ଡାଃ ପ୍ରଭାତ ରଞନ ବିଶ୍ବାଳ, ପୁର୍ବତନ ବିଧାୟକ , ସଙ୍ଗଠନ ଉପଦେଷ୍ଟା ଶ୍ରୀଯୁକ୍ତ ଦିଲିପ କୁମାର ମହାନ୍ତି, ସଭପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅଶିଳ ବ୍ରହ୍ମ , ବରିଷ୍ଠ ଉପ-ସଭାପତି ଶ୍ରୀଯୁକ୍ତ ସୁର୍ଦଶନ ପ୍ରଧାନ ,ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ମୁଦୁଲି, ରାଜ୍ୟ କମିଟିର ଉପ-ସଭାପତି ପ୍ରସନ୍ନ କୁମାର ପଣ୍ତା, ବିଜୟ କୁମାର ମଲିକ, ଦୁର୍ଗା ଚରଣ ସତପଥି, ନାରାୟଣ ବାଗ, ପ୍ରଫୁଲ୍ଲ କୁମାର ସାମଲ, ପ୍ରଦିପ କୁମାର ସିଂ, ସମ୍ପାଦକ ଶ୍ରୀବତ୍ସ ବେହୁରା, ଯୁଗ୍ମ ସମ୍ପାଦକ ଗିରିଶ ଚନ୍ଦ୍ର ନାୟକ, ସୁଧାଂଶୁ ରାୟ,ରଞନ କୁମାର ଜ୍ୟୋସି, କୁନ୍ଦନ ସାହୁ, ସୁସିଲ କୁମାର ପଢିଆରୀ, ଚନ୍ଦନ କୁମାର ପରିଡା, ସଙ୍ଗଠନ ସମ୍ପାଦକ ସୁବାସ ମିଶ୍ର, ପ୍ରେମାନନ୍ଦ ବାରିକ, କଳ୍ପନା ମାର୍ଥା, ବିନୋଦ ବିହାରୀ ବଳ, ପଦ୍ମଚରଣ ପାଢୀ, କାର୍ଯ୍ୟାଳୟ ସମ୍ପାଦକ ସାରଙ୍ଗଧର ସାହୁ, କୋଷାଧ୍ୟକ୍ଷ ଅନିଲ କୁମାର ପ୍ରଧାନ, ମିଡିଆ ସମ୍ପାଦକ ସ୍ମୃତିରଞନ ଗିରି, ସମୀକ୍ଷକ ପ୍ରଶାନ୍ତ କୁମାର ଦାସ, ସୁଶାନ୍ତ କୁମାର ନାୟକ । ନୁତନ ଭାବେ ଚୟନ ହୋଇଥିବା କେନ୍ଦ୍ରୀୟ ନେତୃତଙ୍କୁ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଜିତ କୁମାର ନାୟକ ଶପଥ ପାଠ କରାଇଥିଲେ । ସଭା ଶେଷରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅଶିଳ କୁମାର ବ୍ରହ୍ମ ଧନ୍ୟବାଦ ଅର୍ପଣ କରିଥିଲେ ।