ରାଜ୍ୟର ୫୫୨ ସ୍କୁଲରେ ନାହିଁ

ରାଜ୍ୟର ୫୫୨ ସ୍କୁଲରେ ନାହିଁ

ଖୋର୍ଦ୍ଧା ଜିଲ୍ଲା (ସଞ୍ଜୀବ କୁମାର) : ରାଜ୍ୟର ୫୫୨ ସ୍କୁଲରେ ନାହିଁ ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ। ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତାଙ୍କ କହିବା ମୁତାବକ , ରାଜ୍ୟର ୪୧୨ଟି ପ୍ରାଥମିକ ବିଦ୍ୟାଳୟ, ୧୧୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୨୫ଟି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନାହିଁ। ତେବେ ଚଳିତ ୨୦୨୪-୨୫ ବର୍ଷରେ ୭୨୪ଟି ବାଳିକା ଶୌଚାଳୟ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ୩ ହଜାର ୫୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି l

Smart Computer Ad
You might also like
error: Content is protected !!