ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅରୁଣସ୍ତମ୍ଭର କଥା

ଖୋର୍ଦ୍ଧା ଜିଲ୍ଲା (ସଞ୍ଜୀବ କୁମାର):- ବର୍ତ୍ତମାନ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଦୃଶ୍ୟମାନ ଥିବା ଅରୁଣ ସ୍ତମ୍ଭଟିର ଉଚ୍ଚତା 34 ଫୁଟ, ଏବଂ ଅନୁମାନ କରାଯାଉଛି ପ୍ରାୟ 10 ଫୁଟ ମାଟି ତଳେ ପୋତା ହୋଇଛି, ଏହି ସ୍ତମ୍ଭର ବ୍ୟାସ 2 ଫୁଟ୍, ଗୋଲେଇ 6 ଫୁଟ 3 ଇଞ୍ଚ,ଏହା 16 ପଟ, ପାଗ, ପାଲକା ବିଶିଷ୍ଟ , ଏହାର ଶୀର୍ଷରେ ରହିଛି ଅରୁଣଙ୍କ ମୂର୍ତ୍ତି । ଶ୍ରୀମନ୍ଦିର ଚୁନରା ସେବକ, ଗରୁଡ ସେବକମାନେ ଅରୁଣଙ୍କ ପୂଜକ, ଏହି ସ୍ତମ୍ଭ ଏକ ଖଣ୍ଡ ମୁଗୁନି ପଥରରେ ନିର୍ମିତ, ଏହି ଜାତୀୟ ଶିଳା ବାଲେଶ୍ଵର ନୀଳଗିରି, ମୟୁରଭଞ୍ଜ ଜିଲ୍ଲାରେ ମିଳେ, କୋଣାର୍କ ନିର୍ମାଣ ସମୟରେ ଏ ବିରାଟ ପଥର ଖଣ୍ଡ କିଭଳି ଏତେ ଦୂରରୁ ଆସିଥିଲା ଏ କଥା ପ୍ରଭୁ ଜଗନ୍ନାଥ ହିଁ କହିପାରିବେ । ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭଟି ମୂଳତଃ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିଲା, ପୁରାଣ ବର୍ଣ୍ଣନା ଅନୁସାରେ ଅରୁଣ ଏକ ପକ୍ଷୀ, ଯିଏ ଗରୁଡଙ୍କ ବଡ଼ଭାଇ। ଅରୁଣ ସୂର୍ଯ୍ୟଙ୍କ ସପ୍ତଅଶ୍ୱ ଯୁକ୍ତ ରଥରେ ବାହନ।

ଖ୍ରୀ.1258 ବେଳେ କୋଣାର୍କ ମନ୍ଦିର ନିର୍ମାଣ ସମୟରେ ରାଜା ଲାଙ୍ଗୁଳା ନରସିଂହ ଦେବ ଏହି ସ୍ତମ୍ଭ କୋଣାର୍କ ମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ1600 ମସିହା ପରବର୍ତ୍ତୀ ସମୟରେ କୋଣାର୍କ ପତନ, ଭଗ୍ନ ପରିତ୍ୟକ୍ତ ହେଲା। 1798 ମସିହାରେ ଓଡ଼ିଶା ଗଜପତି ମହାରାଜା ଦିବ୍ୟସିଂହ ଦେବ ଦ୍ବିତୀୟ ଏହି ସ୍ତମ୍ଭଟି କୋଣାର୍କରୁ ଅପସାରଣ କରି ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ।

Smart Computer Ad
You might also like
error: Content is protected !!