ମହାନଦୀ ମାଳବନ୍ଧ ପର୍ଯ୍ୟବେକ୍ଷଣ କଲେ ଯନ୍ତ୍ରୀ 

ନୟାଗଡ ( ପ୍ରଭାକର ଶିରୋମଣି )୧୪ l ୨:- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ବିକାଶ ପ୍ରକଳ୍ପରେ ସାମିଲ ହେଇଥିବା ମହାନଦୀ ର ଦକ୍ଷିଣ ପାର୍ଶ୍ୱ ମାଳବନ୍ଧ କୁ ନୟାଗଡ ଜିଲ୍ଲା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରୀତନ  ଚେତନ ପୋଥାଳ ଆଜି  ୧୪ ତାରିଖରେ ପରିଦର୍ଶନ କରିଥିଲେ ଓ ବର୍ତ୍ତମାନ ଚାଲୁ ରହିଥିବା କାର୍ଯ୍ୟକୁ ସମୀକ୍ଷା କରିଥିଲେ l ବିଶେଷକରି ମନ୍ଦିର ପଶ୍ଚିମ ଦ୍ୱାର ବାମ ପାର୍ଶ୍ୱରେ ଅବସ୍ଥିତ ବାସିନ୍ଦା ମାନଙ୍କ ଗୃହର ଜଳ ନିଷ୍କାସନ ପାଇଁ ଗୋଟିଏ ଛୋଟ ଡ୍ରେନ ନିର୍ମାଣ କରିବାକୁ ସ୍ଥାନୀୟ ହାଟମୁଣ୍ଡ ପାଟଣା ଗ୍ରାମବାସୀ ପୂର୍ବରୁ ଦାବି କରିଥିଲେ ଓ  ଏହାର ସରଜମୀନ ତଦନ୍ତ କରିଵା ସଙ୍ଗେ ସଙ୍ଗେ ଆବଶ୍ୟକତାକୁ  ଉପଲବ୍ଧି କରି ତୁରନ୍ତ ଏକ ଡ୍ରେନ  ନିର୍ମାଣ କରିବାକୁ ଉପସ୍ଥିତ ଥିବା କଣ୍ଟିଲୋ ଜଳ ସମ୍ପଦ ସହକାରୀ ଯନ୍ତ୍ରୀ ଇଂ ରାମମୋହନ ବେହେରା ଓ ନୟାଗଡ ଜିଲ୍ଲା ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ତୃପ୍ତିମୟୀ ନାୟକ ଙ୍କୁ ଆଦେଶ ଦେଇଥିବା ଜଣା ଯାଇଛି l 

Smart Computer Ad
You might also like
error: Content is protected !!