ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସରେ ବିଜେପିର ଶ୍ରଦ୍ଧାଞ୍ଜଳି ଓ ସମର୍ପଣ କାର୍ଯ୍ୟକ୍ରମ ପାଳିତ
ପ୍ରସନ୍ନ କୁମାର ଦାଶ :- ରାଷ୍ଟ୍ର ବାଦର ପ୍ରଚଣ୍ଡ ପ୍ରବକ୍ତା, ଉତ୍କୃଷ୍ଟ ସଂଗଠକ, ମୂଳ ଜନସଂଘ ଓ ଏବେର ବିଜେପି ଦଳର ଅନ୍ୟତମ ମୁଖ୍ୟ ପ୍ରତିଷ୍ଠାତା, ଏକକ ମାନବବାଦର ପ୍ରଣେତା ତଥା କୋଟିକୋଟି ଭାରତୀୟଙ୍କ ପଥ ପ୍ରଦର୍ଶକ ପଣ୍ଡିତ ଦିନୟାଲଜୀଙ୍କ ପବିତ୍ର ପୁଣ୍ୟ ତିଥି । ଏହି ଅବସରରେ ପୁରୁଷୋତ୍ତମପୁର ବିଜେପି ମଣ୍ଡଳ ତରଫରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ସଭାପତି ସୂର୍ଯ୍ୟ ନାରାୟଣ ମହାରଣାଙ୍କ ସଂଯୋଜନା ଓ ବିଜେପିରପୂର୍ବତନ ଘୁମୁସର ଜିଲ୍ଲା ସଭାପତି ପୃଥ୍ଵୀ ରାଜ ମହାପାତ୍ର ଏବଂ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟଅରୁଣ ପଣ୍ଡା ଙ୍କ ଉପସ୍ଥିତି ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଆଜିର ଏହି ଦିବସଟିକୁ ବିଜେପି ସମଗ୍ର ଦେଶରେ ସମର୍ପଣ ଦିବସ ଭାବେ ପାଳନ କରୁଛି ।

ପଣ୍ଡିତ ଦିନଦୟାଲଜୀଙ୍କ ସ୍ମୃତିଭରା ବାଲ୍ୟ ଜୀବନ, କାଳଜୟୀ କୃତ୍ତା, ସମର୍ପିତ ଦେଶପ୍ରେମ, ଭାରତୀୟ ମୁଳଭୂତ ସିଦ୍ଧାନ୍ତ, ସଂସ୍କୃତି ଓ ବିକଶିତ ଅର୍ଥନୈତିକ ଆଧାରିତ ଆଧୁନିକ ଭାରତ ନିର୍ମାଣର ସ୍ଵପ୍ନ, ସଂକଳ୍ପ, ତ୍ୟାଗ, ତପସ୍ୟା ଓ ବଳିଦାନ ଉପରେ ଆଲୋକପାତ କରିଥିଲେ। ପରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ନିଜ ନିଜର ସକ୍ଷମ ଅନୁସାରେ ସମର୍ପଣ ରାଶି ଅନ ଲାଇନ ମାଧ୍ୟମରେ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଜେପି ନେତା ଶେଷ ଦେବ ପଣ୍ଡା, ପ୍ରଶାନ୍ତ ରାଉଳ, ସନ୍ତୋଷ ପଣ୍ଡା, ଦିଲେସୁ ମହାରଣା ଙ୍କ ସହିତ ଅନାନ୍ୟ ନେତା କର୍ମୀ ମାନେ ଉପସ୍ଥିତ ରହି ଥିଲେ ।
