ଆଇନ ସଚେତନତା କାର୍ଯକ୍ରମ

ଭଞ୍ଜନଗର,(ଏସ.ଏମ.ପି):- ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ, ଭଞ୍ଜନଗର ସହାୟତାରେ ସ୍ଥାନୀୟ ଟାଉନ ହଲ ଠାରେ ଆଇନ ସଚେତନତା କାର୍ଯକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଆମର ମାନ୍ୟବର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦାନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଏନଏସି ଉପାଧକ୍ଷା ଶ୍ରୀମତୀ ଶୁଭଶ୍ରୀ ଦାଶ, ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀଯୁକ୍ତ ନରିସଭା ନାୟକ, ଗଞ୍ଜାମ ଜିଲ୍ଲା ପିଓ ଜି ନାଗରତ୍ନମ୍, ସିଡିପିଓ ଶ୍ରୀମତୀ ମିଳିମା କୁମାରୀ ପଣ୍ଡା, ବରିଷ୍ଠ ଆଇନଜିବୀ ଅଳକାମଞ୍ଜରୀ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ସ୍ନିଗ୍ଧା ଦାଶ, ସନ୍ତୋଷ କୁମାର ନାୟକ, ଊପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରି ଶଙ୍କର ଶତପଥି, ରିସର୍ସ ପର୍ସନ୍ ଦାସରଥୀ ତ୍ରିପାଠୀ, କେଏସୟୁବି କଲେଜ ଅଧ୍ୟାପକ, ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, ୱାନ ସ୍ଟପ ସେଣ୍ଟର ସଂଯୋଜିକା, ସଖି ସଦନ ସଂଯୋଜିକା, ବ୍ରହ୍ମପୁର, ଆଇନା ଏନଜିଓ ଅଧିକାରୀ, ଭଞ୍ଜନଗର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଭଞ୍ଜନଗର, ଏନଏସି ଯନ୍ତ୍ରି, ମିଶନ ଶକ୍ତି ବ୍ଲକ ସଂଯୋଜକ ଅଧିକାରୀ, ସମସ୍ତ ଅଞ୍ଚଳ ପରିଦର୍ଶୀକା ଉପସ୍ଥିତ ଥିଲେ। ଏତଦ ବ୍ୟତୀତ ଏସଏଚଜି ମା ମାନେ ବହୁ ସଂଖ୍ୟାରେ, କଲେଜ ଛାତ୍ର ଛାତ୍ରୀ, ସି ଆର ପି , ଏମ ବି କେ , ଅଙ୍ଗନୱାଡି କର୍ମୀ ଗଣ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଦୀପ ପ୍ରଜ୍ଵଳନ ସମ୍ପାଦନ ପରେ ସିଡିପିଓ କାର୍ଯକ୍ରମର ମୁଖ୍ୟ ଉଦେଶ୍ୟ ସମ୍ଭଦ୍ଧେ ଆଲୋଚନା କରିଥିଲେ। ପ୍ରିୟ ବିଧାୟକ ମହୋଦୟ ମଧ୍ୟ ଏହି କାର୍ଯକ୍ରମର ଆଭ୍ୟମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ବରିଷ୍ଠ ଆଇନଜିବୀ ଗଣ ତଥା ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ନାରୀମାନଙ୍କ ପାଇଁ ଆଇନ ସଚେତନ ସମ୍ଭଦ୍ଧେ ଆଲୋକପାତ କରିଥିଲେ।ଆଇନ ସଚେତନତା କାର୍ଯକ୍ରମ ରିସର୍ସ ପର୍ସନ୍ ଦାସରଥୀ ତ୍ରିପାଠୀ ପ୍ରୋଜେକ୍ଟର ମାଧ୍ୟମରେ ଘରୋଇ ହିଂସା ଠାରୁ ଆରମ୍ଭକରି ବିଭିନ୍ନ ସ୍ତରରେ ହେଉଥିବା ନାରୀ ମାନଙ୍କ ପ୍ରତି ହିଂସା, ନିର୍ଯାତନା ଏବଂ ତାହାର ପ୍ରତିକାର ପାଇଁ ସରକାରଙ୍କ ତରଫରୁ ହୋଇଥିବା ଆଇନଗତ ଯୋଜନା ସହାୟତା ରାଶି ଏବଂ ଛାତ୍ର ଛାତ୍ରୀ କିପରି ସଚେତନ ହୋଇ ନିଜେ ଶିଖିବେ ଏବଂ ଅନ୍ୟକୁ ପରାମର୍ଶ ଦେବେ ସମସ୍ତ ବିଷୟ ଉପରେ ଆଲୋକପାତ କରିଥିଲେ । କୋଣଅନୁକୋଣ ରୁ ଆସିଥିବା ସମସ୍ତ ଛାତ୍ର ଛାତ୍ରୀ ଏବଂ ଏସଏଚଜି ମା ଏହି କାର୍ଯକ୍ରମକୁ ପ୍ରଶଂସା କରିଥିଲେ । ଶେଷରେ ଅଙ୍ଗନୱାଡି କର୍ମୀ ଅଲିଭା ପାତ୍ର କାର୍ଯକ୍ରମ କୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
error: Content is protected !!