ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):- ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚନ୍ଦ୍ରପୁର ବ୍ଲକସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତ ରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ଅକ୍ଷୟ ଖେମୁଣ୍ଡୁ, , ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ତ୍ୟ ଅଧିକାରୀ ଲାଲ ମୋହନ ରାଉତରାୟ, ଚନ୍ଦ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ, ଶ୍ରୀ କୟୀନ କିମ୍ଵାକା,ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୋମ୍ୟକାନ୍ତ ବାଙ୍ଗଲୋ,ତହସିଲଦାର ଶ୍ରୀ ଭାସ୍କର ସାହୁ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ ଆଜି ମୋଟ ୩୩ଟି ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୧୪ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୫ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା ୪ଜଣକୁ ସ୍ୱାସ୍ଥ୍ୟ ଗତ ଚିକିତ୍ସା ନିମନ୍ତେ ୨୫ହଜlର ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଥିଲେ ଆଜିର ଏହି ଅଭିଯୋଗ ଶିବିରରେ ବିଶେଷ କରି ଆବାସ ଯୋଜନାରେ ଘର, ସ୍ବାସ୍ଥ୍ୟ ଗତ ,ଜଳସେଚନ, ଭତ୍ତା, ରାସ୍ତା ନିର୍ମାଣ, ଅନ୍ୟାନ୍ୟ ସମସ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଏହି ଅଭିଯୋଗ ଶିବିରରେ ଜିଲ୍ଲା ସ୍ତରିୟ, ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସଲା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜ଼ିଲ୍ଲାପାଳ ମହୋଦୟା ଶ୍ରୀମତୀ ପଟୱାରୀ, ତହସିଲଦାର ଶ୍ରୀ ସାହୁ, ବିଡ଼ିଓ, ଶ୍ରୀ ବାଙ୍ଗୋଲ, RI ଶ୍ରୀ ପ୍ରଦୀପ କୁମାର ଗୌଡ଼ ବିଜାପୁର ପଞ୍ଚାୟତ ଅନ୍ତର୍ଗତ ଡେକାପଙ୍କାଳ ଓ କେନ୍ଦ୍ରା ଗ୍ରାମର ଚଉଦ ଜଣ ହିତାଧିକାରୀଙ୍କୁ ଘରବାରୀ ପଟା ବାଣ୍ଟିଥିଲେ ଓ ବୁଡୁବାଲି ପଞ୍ଚାୟତ ପତାନାଗୁଡ଼ି ଗ୍ରାମର ଦିବ୍ୟାଙ୍ଗ ଶ୍ରୀ ଯୋହନ ଗଗେରାଙ୍ଗା ଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସ୍ଵାଶକ୍ତି ବିଭାଗ ଦ୍ୱାରା ବେଟେରି ଅପରେଟର ରିସ୍କା ଜ଼ିଲ୍ଲାପାଳ ମହୋଦୟା ପ୍ରଦାନ କରିଥିଲେ l

You might also like
error: Content is protected !!