ମହିମା ଅଲେଖ ପ୍ରଭୁ ପ୍ରଭୁ ପରଂବ୍ରହ୍ମ ପଦେ ଶରଣମ୍
ସତ୍ୟ ମହିମା ଧର୍ମର ବ୍ରଦୁଧୁନି ସ୍ଥାପନ ଏବଂ ଆଧାତ୍ମିକ ପ୍ରବଚନ
ଶ୍ରୁତିନୈତି ନେତ୍ୟାଦି ବାąଭ୍ରମନ୍ତ୍ରୀ ସରୁଫ ଯଦୀୟଂ ନ ନାମାପ ବେଭି I ଯଦୋଙ୍କାର ଗମ୍ୟ କ୍ବଚିନ୍ନେନ କାଳେ ପରଂବ୍ରହ୍ମ ଯତ୍ ତତ୍ ଶରଣ୍ୟ ନମାମି ॥
ଅର୍ଥ – ବେଦ ନ ଇତି ନ ଇତି ପ୍ରଭୃଦ୍ଧି ବାକ୍ୟ ଦ୍ବାରା ଭ୍ରମଶୀଳ ହୋଇ ଯାହାଙ୍କ ସରୂପ ଅଳ୍ପମାତ୍ର ଜାଣିପାରେ ନାହିଁ, ଯେ କୌଣସି କାଳରେ ଓଁକାର ଗମ୍ୟ ନୁହନ୍ତି, ସେହି ବ୍ରହ୍ମଙ୍କର ଶରଣାଗତ ହେଉଅଛି ।
ସ୍ଥାନ : – ବିବେକ ବିହାର, ଆମ୍ବପୁଆ,ବହ୍ମପୁର, ଗଞ୍ଜାମ
ଧର୍ମ ପିପାସୁ ସୁଧ ବୃନ୍ଦ,
ଆର୍ଯ୍ୟାବର୍ଷ ପୂଣ୍ୟଭୂମି ଭାରତ ବର୍ଷର ପବିତ୍ର ଉତ୍କଳ ଭୂମି ସର୍ବତ୍ର ବିଦିତ । ଗୁରୁ ମହିମା ସାମୀ ଏହି ଭୂମିରେ ସୟଂ ପଦାର୍ପଣ କରି ଆଦ୍ୟ ସତ୍ୟ ସନାତନ ମହିମା ଧର୍ମ ପ୍ରଚାର କରି ଅଛନ୍ତି I ମହିମା ଧର୍ମ ଉତ୍କଳର ନିଜସ ଧର୍ମ, ଗର୍ବ ଓ ଗୌରବ I ଏହି ଧର୍ମ ବେଦ ବେଦାନ୍ତ ପ୍ରମାଣିତ ହୋଇଥୁବାରୁ ସମସ୍ତ ମାନବ ଜାତିର ଧର୍ମ ମଧ୍ୟ ଅଟେ। ସନାତନ ଧର୍ମ ବିଶୁଦ୍ଧ ଅଦ୍ଵୈତ ବ୍ରହ୍ମ ବାଦ। ଏହା ତ୍ରିତାପରୁ (ଆଧାତ୍ମିକ, ଆଧୁଭୌତିକ, ଆଧୁଦୈବିକ) ନିବୃତ କରି ବ୍ରହ୍ମାନନ୍ଦ ପରମ ସୁଖକୁ ପ୍ରାପ୍ତ କରାଇଥାଏ । ଏହି ଧର୍ମରେ ହଜାର ହଜାର ସାଧୁ, ଭକ୍ତ ଅନୁପ୍ରାଣିତ ହୋଇ ସତ୍ୟ ସନାତନ ମହିମା ଧର୍ମର ମହିମା ପ୍ରଚାର କରୁ ଅଛନ୍ତି ।
ଏହି ମହାନ ଶୁଭ କାର୍ଯ୍ୟରେ ମହିମା ଧର୍ମର ବରେଣ୍ୟ ସଭାପତି ପୂଜ୍ୟ ବ୍ରହ୍ମ ଅବଧୂତ ଶୁକଦେବ ବାବା.
ସମ୍ପାଦକ ପୂଜ୍ୟ ବ୍ରହ୍ମ ଅବଧୂତ ନିତ୍ୟାନନ୍ଦ ବାବା ପୌରହିତ କରିବେ । ତତ୍ ସଙ୍ଗେ ସଙ୍ଗେ ବହୁ ପରାପର ସାଧୁ ସନ୍ଥ ଭକ୍ତ ଯୋଗ ଦେବେ । ଏହି ପରିପ୍ରେକ୍ଷିରେ ଆମ୍ଭ ବ୍ରହ୍ମପୁରସ୍ଥ ଆମ୍ବପୁଆ ବିବେକ ବିହାର ସନ୍ନିକଟ ବି.ଡ଼ି.ଏ. ପଡ଼ିଆରେ ତା ୧୨.୦୩.୨୦୨୫ ରିଖ ବୁଧବାର ଠାରୁ ତା ୧୪.୦୩.୨୦୨୫ ରିଖ ଶୁକ୍ରବାର ପର୍ଯ୍ୟନ୍ତ ତିନି ଦିନ ଧରି ବ୍ରହ୍ମଧୂନି ପ୍ରଜ୍ବଳନ ଓ ପରମ ପବିତ୍ର ମହାସୁଖ ଦାୟୀ ଧର୍ମାଲୋଚନା ସଭା ଅନୁଷ୍ଠିତ ହେବ ।
ଏଣୁ ବିନୀତ ଅନୁରୋଧ କି ଧର୍ମ ପିପାସୁ ଭକ୍ତ, ଶ୍ରଦ୍ଧାଳୁ ଓ ଜନ ସାଧାରଣ ଏହି ସୁମହତ୍ ଧର୍ମ ଅନୁଷ୍ଠାନରେ ଯୋଗଦାନ କରି ସାଧୁ ଦର୍ଶନ ଓ ପ୍ରଭୁକୃପା ଲାଭ କରନ୍ତୁ I