ଦିଗପହଣ୍ଡି ଥାନା ଅଧିନସ୍ତ ବନ୍ଥପଲ୍ଲୀ, ଅନନ୍ତେଇ ୩ ମନ୍ଦିରରୁ ହୁଣ୍ଡୀଭାଙ୍ଗି ଚୋରି

କୁକୁଡାଖଣ୍ଡି(ଇ.ରଞନ):- ଅନ୍ତର୍ଗତ ଦିଗପହଣ୍ଡି ଥାନା ଇଲାକାରେ ବିଭିନ୍ନ ମନ୍ଦିର ଗୁଡ଼ିକରେ ଦୁର୍ବୁତ ମାନେ ଫାଟକରେ ତାଲା ସହ ହୁଣ୍ଡୀ ଭାଙ୍ଗି ଯାହା ଟଙ୍କା ଦେବତାଙ୍କୁ ଦର୍ଶନଲାଗି ଭକ୍ତ ହୁଣ୍ଡୀରେ ଦାନ କରି ଯାଉଥିବା ହୁଣ୍ଡୀ ଉପରେ ଚୋରଙ୍କ ଅତର୍କିତ ଭାଙ୍ଗିରୁଜି ଟଙ୍କା ଧରି ଚମ୍ପଟ ମାରିବା ରେ ସଫଳ ହାସଲ କରିଥିବା ଅଭିଯୋଗ ହୋଇଛି l ଦିଗପହଣ୍ଡି ଥାନା ଠାରୁ ବନ୍ଥପଲ୍ଲୀ, ଚାଞ୍ଚଡାପଲ୍ଲୀ, ଅନନନ୍ତlଇ, ଶକ୍ତିପୀଠ ମହୁରୀ କାଳୁଆ ପ୍ରଭୁତି ଅଞ୍ଚଳ ପ୍ରାୟ ୪୦ କିମି ବ୍ୟବଧାନ ରେ ଥାନା ରହୁଥିବାରୁ ଏହି ଅଞ୍ଚଳ ଅପରାଧ ବଡ଼ିବା ରେ ଲାଗିରହିଛି l ଚୋରି, ଡକାୟତ ହଣାକଟା ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୁଲିସର ନଜର ବହୁ ଦୂରତା ରେ ରହୁଥିବା ରୁ ବହୁ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି l ଗୁରୁବାର ବିଳମ୍ବିତ ରାତ୍ର ରେ ୩ଟି ମନ୍ଦିରରୁ କଳାକନା ବୁଲାଇ ଦେଇ ଚାଲିଯାଇଥିବା ସୂଚନା ମିଳିଛି l ବନ୍ଥପଲ୍ଲୀ ମୁହଁ ରେ ଥିବା ଠାକୁରାଣୀ ମନ୍ଦିରରୁ ହୁଣ୍ଡୀ ଭଙ୍ଗାଯାଇଥିବା ବେଳେ ଗ୍ରାମଶେଷରେ ଥିବା ସମବାୟବିଭାଗ ନିକଟରେଥିବା ନାଗେଶ୍ୱର ଶିବ ମନ୍ଦିରରୁ ହୁଣ୍ଡୀ ଭାଙ୍ଗିଥିବା ବେଳେ ସେହିପରି ଅନ୍ତେଇ ଶିବ ମନ୍ଦିରରୁ ଚୋରି ହୋଇଥିବା ଖବର ପାଇ ଦିଗପହଣ୍ଡି ପୁଲିସ ଘଟଣାସ୍ଥଳ ରେ ପହଂଚି ତଦନ୍ତ ଚଲାଇଥିବା ଜଣାପଡିଛି l

You might also like
error: Content is protected !!