ପୁରୁଷୋତ୍ତମପୁର ଆରମ୍ଭ ହେଲା ବିକଶିତ ଗାଁ ବିକଶୀତ ଓଡିଶା କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁର ବ୍ଲକ ରେ ମଧ୍ୟ ମାନ୍ୟବର ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ର ବୀର ମାଟି ରୁ ଭରଚୁଆଲ ମାଧ୍ୟମରେ ଆଜିର ଏହିନୂଆଁ ଯୋଜନା ବିକଶିତ ଗାଆଁ, ବିକାଶିତ ଓଡିଶା ର ଶୁଭ ଉଦଘାଟନ କରିଥିଲେ | ଯାହାକି314 ଗୋଟି ବ୍ଲକ ରେ ମଧ୍ୟ କାର୍ଯ୍ୟ କାରି ହୋଇ ଅଛି | ତେବେ ବ୍ଲକର ଏହି କାର୍ଯ୍ୟକ୍ରମ କୁ ବ୍ଲକ ଅଧକ୍ଷା ପିଙ୍କି ବେହେରା, ଓ ପୁରୁଷୋତ୍ତମପୁର ବ୍ଲକର ଇନଚାର୍ଜ ବିଡ଼ିଓ ନିରାକାରଜେନା ଙ୍କସଂଯୋଜନା ରେ ଆରମ୍ଭ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେକବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ , ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଓ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଇନଚାର୍ଜ ତହସିଲଦାର ଥିବା ଗୋବିନ୍ଦ ଦଣ୍ଡ ସେନା, ସିଡିପିଓ ଲଳିତା ମଲ୍ଲିକ, ବିଜେପିର ରାଜ୍ୟ କାର୍ଯ୍ୟକ୍ରମ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ବ୍ଲଜ ନିର୍ବାହୀ ଯନ୍ତ୍ରୀ ସରୋଜକୁମାର ସାବତ, ମୁଖ୍ୟ ଯନ୍ତ୍ରୀ ନାଗ ଭୂଷଣ ଯାଦବ, 37 ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ବେହେରା, ଜଗତ ବନ୍ଧୁ ପଣ୍ଡା, ଯୁବ ନେତା ସୀତାରାମ ପାଣିଗ୍ରାହୀ ଉପସ୍ଥିତ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ . ସମସ୍ତ ଯେଇ, ପିଇଓ, ବ୍ଲକ ଜିପିଓ ମୀନ କେତନ ବେହେରା, ଏକାଉଣ୍ଟ ଟେଣ୍ଟ ମୀନକେତନ ପାଢ଼ୀ, ସିପି ବରୁଣ ପାତ୍ର ଙ୍କ ସହିତ ସବୁ ବ୍ଲକ ଷ୍ଟାଫ କର୍ମଚାରୀ ମାନଙ୍କ ସହିତ 26.ଗୋଟି ପଞ୍ଚାୟତ ର ପ୍ରାୟ ସରପଞ୍ଚ, ସମିତି ସଭ୍ୟ ,ସଭ୍ୟା , ଏମ୍ବିକେ, ସିଆରପି ସ୍ୱୟଂ ସହାୟିକା ମହିଳା ଗ୍ରୁପ ସଭାପତି, ସମ୍ପାଦକ, ସଦସ୍ୟ ମାନେ ଉପସ୍ଥିତ ଥିଲେ | ବିଧାୟକ ତାଙ୍କ ମନ୍ତବ୍ୟ ରେ ମାନ୍ୟବର ଯାଜସ୍ୱୀ ପ୍ରଧାନମନ୍ତ୍ରୀ ଙ୍କ ଓଡିଶା ପାଇଁ ସ୍ୱପ୍ନ ଦେଖି ଥିଲେ ତାହା ଆଜି ସାକର କରିଛନ୍ତି ଓଡିଶା ର ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ | କେବଳ ସହର ର ବିକାଶ ସହିତ ଗାଁ ଗୁଡ଼ିକ ର ବିକାଶ ର କଥା ଦେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ | ପ୍ରତେକ ଆଦିବାସୀ, ପଛୁଆ ଜନ ଜାତି, ପାହାଡିଆ ଇଲିକା କୁ ରାସ୍ତା, ରାସ୍ତା, ବିଜୁଳି, ପାନିଅ ସ୍ୱାସ୍ଥ୍ୟ, ପର୍ଯ୍ୟଟନ ର ବିକାଶ କରିବାକୁ ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ | ତେବେ ତାଙ୍କରି ନାରା କୁ ସାକାର କାଟିବାକୁ ଏବଂ ପୁରୁଷୋତ୍ତମପୁର ବ୍ଲକ କୁ ଶ୍ରେଷ୍ଟ୍ର ବ୍ଲକ ରେ ପରିଣତ କରିବାକୁ କଥା ଛଳରେ କହିଛନ୍ତି | କୌଣସି କ୍ଷେତ୍ରରେ ବ୍ଲକଏବଂ ଏନଏସି ରେହେଉଥିବା ଦୁର୍ନୀତି କୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମତ ଦେଇଥିଲେ |

You might also like
error: Content is protected !!