ପୁଣି ଦୋଳାରେ ବୁହା ହେଲେ ରୋଗୀ

ଆର,ଉଦୟଗିରି(ମନୋଜ କୁମାର ପାଢୀ) -ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନଥିବାରୁ ଦୋଳାରେ ବୁହା ହେଇ ମେଡିକାଲ ଯାଉଛନ୍ତି ଆଦିବାସୀ ଲୋକେ l ଆମେ କହୁଛୁ ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଶିଆଳିଲଟି ପଂଚାୟତ ତଇଲ ଗ୍ରାମରେ l ଗାଁର ଯୁରିଆ ନାୟକ ଙ୍କ ପତ୍ନୀ ସୁକାନ୍ତି ନାୟକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦୋଳାକରି ଦୀର୍ଘ 15 କିମି ବୋହି ନେଉଛନ୍ତି ତାଙ୍କ ସଂପର୍କୀୟ ଲୋକେ । ଗ୍ରାମବାସି ବାରମ୍ବାର ପ୍ରଶାସନକୁ ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କରିଆସୁଥିବା ବେଳେ କେହି କର୍ଣ୍ଣପାତ କରୁନାହାନ୍ତି l ତେବେ ଏ ଅଭିଶପ୍ତ ଜୀବନରୁ କେବେ ମୁକ୍ତି ପାଇବେ ଏହି ନିରୀହ ମାନେ ତାହା ଦେଖିବାକୁ ହିଁ ସମସ୍ତଙ୍କର ଅପେକ୍ଷା l

You might also like
error: Content is protected !!