ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି, ଜାଣନ୍ତୁ କେମିତି କରିବେ ଡାଉନଲୋଡ

ଖୋର୍ଦ୍ଧା (ସଞ୍ଜୀବ କୁମାର):-ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି, ଜାଣନ୍ତୁ କେମିତି କରିବେ ଡାଉନଲୋଡ ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ହୋଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅଫିସିଆଲ ୱେବସାଇଟ ପରୀକ୍ଷା ସଙ୍ଗମ ପୋର୍ଟାଲରେ ଆଡମିଟ କାର୍ଡ ଜାରି ହୋଇଛି । କିନ୍ତୁ ଛାତ୍ରଛାତ୍ରୀ ସିଧାସଳଖ ଭାବେ ଏହାକୁ ଡାଉନଲୋଡ କରିପାରିବେ ନାହିଁ ।

ସିବିଏସଇର ଅଫିସିଆଲ ୱେବସାଇଟ୍https://parikshasangam.cbse.gov.in/ps/frmSchool ରେ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପାଇଁ ହଲ୍ ଟିକେଟ ଜାରି ହୋଇଛି ।

କିନ୍ତୁ ଛାତ୍ରଛାତ୍ରୀ ଏହାକୁ ସିଧାସଳଖ ଡାଉନଲୋଡ କରିପାରିବେ ନାହିଁ । କେବଳ ସ୍କୁଲର ପ୍ରିନ୍ସିପାଲ ଏବଂ ସ୍କୁଲର ମୁଖ୍ୟ ଆଡମିଟ୍ କାର୍ଡକୁ ଡାଉନଲୋଡ କରିପାରିବେ । ଏହାପରେ ଭେରିଫାଏ କରିବା ପରେ ସ୍କୁଲର ମୁଖ୍ୟ ପିଲାମାନଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରିବେ ।

କେମିତି କରିବେ ଆଡମିଟ କାର୍ଡ ଡାଉନଲୋଡ :

ସ୍କୁଲର ମୁଖ୍ୟ ପ୍ରଥମେ ସିବିଏସଇର ଅଫିସିଆଲ ୱେବସାଇଟ୍କୁ ଯାଆନ୍ତୁ ।
ପରୀକ୍ଷା ସଙ୍ଗମ ପୋର୍ଟାଲରେ କ୍ଲିକ୍ କରି Continue ଚୟନ କରନ୍ତୁ ।
ଏହି ପେଜରେ ସ୍କୁଲ(ଗଙ୍ଗା) ଟାବ୍ ଉପରେ କ୍ଲିକ୍ କରନ୍ତୁ ।
ଏହାପରେ pre-exam activities’ ଏବଂ Admit Card, Centre Material for main exam 2025′ ଟାବ୍ ଉପରେ କ୍ଲିକ୍ କରନ୍ତୁ ।
ଏହାପରେ ଲଗଇନ୍ ପେଜ ଖୋଲିବ, ଏଠାରେ ସ୍କୁଲର ହେଡ ଲଗ ଇନ୍ କ୍ରେଡିନ୍ସିଆଲ କ୍ଲିକ୍ କରି ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ।

ସିବିଏସଇ ୧୦ମ ଏବଂ ୧୨ଶ ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହେବ । ୧୦ମ ପରୀକ୍ଷା ୧୫ ଫେବୃଆରୀରୁ ୧୮ ମାର୍ଚ୍ଚ ମଧ୍ୟରେ ହବ । ସେହିପରି ୧୨ଶ ପରୀକ୍ଷା ୧୫ ଫେବୃଆରୀରୁ ୪ ଏପ୍ରିଲ ଯାଏଁ ହେବ । ଏଥର ପାଖାପାଖି ୪୪ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ପରୀକ୍ଷା ଦେବେ ।

You might also like
error: Content is protected !!