ଜିଏମଙ୍କ ପରିଦର୍ଶନ ବ୍ରହ୍ମପୁର ରେଳ ଷ୍ଟେସନ୍
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବ୍ରହ୍ମପୁର ରେଳ ଷ୍ଟେସନ୍ ଗସ୍ତରେ ଜିଏମ ଆସି ଫେରିଛନ୍ତି l ଜିଏମ୍ ପରମେଶ୍ୱର ଫଙ୍କୱାଲ୍ ଏହି ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ l ପରିମଳ , ସ୍ବାସ୍ଥ୍ୟ,ଟିକେଟ୍ କାଉଣ୍ଟର, ଷ୍ଟେସନ୍ ଅଞ୍ଚଳରେ ଚାଲିଥିବା କାର୍ଯ୍ୟ,ସମେତ ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ ପୂର୍ବକ ସମୀକ୍ଷା କରିଛନ୍ତି l ସ୍ବାସ୍ଥ୍ୟ ଓ ପରିମଳ ଅଧିକାରୀଙ୍କ ସହ ବିଶେଷ ଆଲୋଚନା ହୋଇଥିବା ଶୁଣିବାକୁ ମିଳିଛି l ସମସ୍ତ ଅଞ୍ଚଳ ପରିଦର୍ଶନ ପରେ ଏକ ସମୀକ୍ଷା ବୈଠକ ହୋଇଥିଲା l ଖୋର୍ଦ୍ଧା ରୋଡ ଓ ଭୁବନେଶ୍ବର ଡି ଆର୍ ଏମ,ଏଵଂ ବିଭିନ୍ନ ଉଚ୍ଚ ଅଧିକାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ l