ତାରା ତାରିଣୀ ମହାବିଦ୍ୟାଳୟ ରେ ପଦାର୍ଥ ବିଜ୍ଞାନ ବିଭାଗତରଫରୁ ଆଲୋଚନାଚକ୍ରଅନୁଷ୍ଠିତ

ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁର ସହର ରେ ଅବସ୍ତିତ ତାରାତାରିଣୀ ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଦୁଇଗୋଟି ଆଲୋଚନା ବିଷୟବସ୍ତୁକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହାଵିଦ୍ୟାଳୟର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡଃ ସୁବ୍ରତ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା ବେଳେ, ପ୍ରିନ୍ସପାଲ ଇନଚାର୍ଜ ଅଧ୍ୟାପିକା ଡ଼ଃ ସନ୍ଧ୍ୟା ରାଣୀ ପାତ୍ର ଙ୍କ ଓ ପୌରହତ୍ୟ ରେ ଏହା ଆରମ୍ଭ କରାଯାଇଥିଲା | ଅଧ୍ୟାପକ ଷଡ଼ଙ୍ଗୀ ଙ୍କ ନିମନ୍ତ୍ରଣ କୁ ରକ୍ଷା କରି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ତଥା ଭାରତ ସରକାରଙ୍କ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ବର ର ନିର୍ଦେଶକ ତଥା ବିଖ୍ୟାତ ବୈଜ୍ଞାନିକ ପ୍ରଫେସର ଡଃ. କରୁଣାକର ନନ୍ଦ ଓ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ଅନୁଷ୍ଠାନ ର ବୈଜ୍ଞାନିକ ତଥା କାର୍ଯ୍ୟକ୍ରମର ନୋଡାଲ ଅଫିସର, କ୍ଷୀରୋଦ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ | ଏହି କାର୍ଯ୍ୟକ୍ରମ ରେ ପ୍ରାରମ୍ଭିକ ସଙ୍ଗୀତଗାନ କରିଥିଲେ ଅଧ୍ୟାପକ ଡ଼ଃ ପ୍ରବୀର କେଶରୀ ପ୍ରଧାନ, ଉପସ୍ଥିତ ଅତିଥି ମାନେ ବିଷୟ ଵସ୍ତୁର ପ୍ରେତେକ ବିଷୟକୁ ଆଲୋଚନା ଚକ୍ର ସମ୍ପର୍କିତ ନିଜ ଗବେଷଣା ସମୟ ର
କିଛି ତଥ୍ୟକୁ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମ ରେମହାବିଦ୍ୟାଳୟ ଅଧକ୍ଷ ଡଃ, ସୁରେନ୍ଦ୍ର ନାଥ ପଣ୍ଡା, ଅଧ୍ୟାପକ ଡ଼ଃ ଅଜିତ କୁମାର ମିଶ୍ର, ଅଧ୍ୟାପକ ଡଃ ଶ୍ରୀରାମ ମିଶ୍ର, ଅଧ୍ୟାପକ ଡ଼ଃ ଏନ. ମୋହନ, ମୀନକେତନ ନାହାକ, , ଅଧ୍ୟାପକ ପ୍ରାଂଶୁ ପ୍ରଜ୍ଞାନ ଦାଶ , ଅଧ୍ୟାପିକା ମୋନାଲିସା ମିଶ୍ର, ନମ୍ରତା ମିଶ୍ର , ଅଧ୍ୟାପିକା ସନ୍ଧ୍ୟା ରାଣୀ ପାଢ଼ୀ ଙ୍କ ସହ ବହୁ ଅଧ୍ୟାପକ ଅଧ୍ୟାପିକା, ମାନେ ସମୁର୍ଣ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ | ଏମାନଙ୍କ ସହ ଡେମୋନେଷ୍ଟେଟର ରାମନାଥ ପାତ୍ର, ସିଦ୍ଧାର୍ଥ ପଣ୍ଡା, ପ୍ରଫୁଲ ସାହୁ, ଡ଼ଃ ସୁଧାଂଶୁ ଶେଖର ମିଶ୍ର, ପ୍ରକାଶ ଚନ୍ଦ୍ର ପଣ୍ଡା ସହଯୋଗ ରେ ପାରିଗାଳନା କରିଥିଲେ |ବିଭାଗୀୟ ପଦାର୍ଥ ବିଜ୍ଞାନ ର ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନା ର ବହୁତ ବିଷୟ ଵସ୍ତୁକୁ ଅନୁଧ୍ୟାନ କରି ଥିଲେ | ଆଲୋଚନା ଚକ୍ରର ପ୍ରଥମ ପର୍ଯ୍ୟାୟ ବିଷୟବସ୍ତୁ ଇଣ୍ଟେଡ଼ାକ୍ସନ ଟୁ ସେନ୍ସର ୱାର୍ଲଡ କାର୍ଯ୍ୟକ୍ରମ” କୁ ପ୍ରଫେସର ନନ୍ଦ ସରଳି କରଣ ଭାବେ ବୁଝେଇ ଥିଲେ | ଏହାସହିତ ଦ୍ଵିତୀୟ ପର୍ଯ୍ୟାୟର ବିଷୟ ବସ୍ତୁ “ଆସେଲେରେଟର ଟୁ ମ୍ୟାନକାଭଣ୍ଡ’ କୁ ଡଃ. ପାତ୍ର ବିସ୍ତୃତ ଭାବେ ଛାତ୍ର, ଛାତ୍ରୀ ଙ୍କୁ ବୁଝାଇ ଥିଲେ। ସମସ୍ତ ଛାତ୍ରଛାତ୍ରୀମାନେ ଏହି ଆଲୋଚନା ଚକ୍ର ମାଧ୍ୟମରେ ବହୁତ କିଛି ଜ୍ଞାନ ଆହରଣ କରିପାରିଥିବାରୁ ବିଭାଗୀୟ ମୁଖ୍ୟ ସୁବ୍ରତ ଷଡ଼ଙ୍ଗୀ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଛନ୍ତି | କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରା ସମସ୍ତଙ୍କୁଧନ୍ୟବାଦ ଅର୍ପଣ କରିଥିଲେ।

ତାରା ତାରିଣୀ ମହାବିଦ୍ୟାଳୟ ରେ ପଦାର୍ଥ ବିଜ୍ଞାନ ବିଭାଗତରଫରୁ ଆଲୋଚନାଚକ୍ରଅନୁଷ୍ଠିତ

Smart Computer Ad
You might also like
error: Content is protected !!