ପୂର୍ବ ନିର୍ଦ୍ଧାରିତ ମାଘମେଳା ପଡିଆ ରେ ମହୋତ୍ସବ ପାଇଁ ନିଷ୍ପତ୍ତି 

ନୟାଗଡ(ପ୍ରଭାକର ଶିରୋମଣି):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଶ୍ରୀ ନୀଳମାଧଵ ଜୀଉଙ୍କ ଭୈମୀ ଏକାଦଶୀ ମେଳା ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ମାଘମେଳା ମହୋତ୍ସବ  –୨୦୨୫ ଆସନ୍ତା ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ପୁରାତନ ଯାତ୍ରା ପଡିଆରେ କରାଯିବା ପାଇଁ ଆଜି ରବିବାର ନିଷ୍ପତି ଗ୍ରହଣ କରାଯାଇଥିବା  ଜଣାଯାଇଛି l ଏହି ଅବସରରେ କଣ୍ଟିଲୋ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ଏକ ସଭାରେ ମହୋତ୍ସବ ର ଅଧ୍ୟକ୍ଷ ତଥା ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ କମିଟି ସଭ୍ୟ ଓ ସେବାୟତ ମାନଙ୍କ ଉପସ୍ଥିତିରେ ଏହି ଘୋଷଣା କରି ମହୋତ୍ସବ କୁ ଏକ ସୁନ୍ଦର  ଜଗନ୍ନାଥମୟ ପରିବେଶ ସୃଷ୍ଟି କରିବାକୁ କହିଥିଲେ l ମହୋତ୍ସବ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କୁ  ୫୬ ନିଯୋଗ ବେଶରେ ସନ୍ୟାସୀ ମାନଙ୍କ ଦ୍ୱାରା କରାଯାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ହୋଇ ପାରିବ ବୋଲି ଉପସ୍ଥିତ ସନ୍ୟାସୀ ମାନଙ୍କ ଠାରୁ ଶୁଣିବାକୁ ମିଳିଥିଲା l  
   

You might also like
error: Content is protected !!