ପାରଳାଖେମୁଣ୍ଡି ଠାରେ ଏକ ଆଇନଜିବୀ ଙ୍କୁ ଏସିଡ୍ ମାଡ଼ କରିଥିବା ଘଟଣାର ଦୁର୍ବୃତ୍ତ ଙ୍କୁ ଧରିବାରେ ଗଜପତି ଜିଲ୍ଲା ପୋଲିସ୍

ଆର,ଉଦୟଗିରି:୨/୧(ମନୋଜ କୁମାର ପାଢୀ)ଗତ ବର୍ଷ ନଭେମ୍ବର ମାସ ୯ ତାରିଖରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହି ବାସିନ୍ଦା ଆଇନଜୀବି ଶ୍ରୀ ପି. ରାମାରାଓ ଘରେ ଥିବା ବେଳେ କୋରିଅର୍ ଦେବା ଆଳରେ ଡାକି ସେ, ବାହାରକୁ ଆସିବା ମାତ୍ରେ ତାଙ୍କ ଉପରକୁ ଏସିଡ଼୍ ଢାଳି ଦେଇ ଆଖି ପିଛୁଳାକେ ଦୁର୍ବୁତ୍ତ ମାନେ ସେଠାରୁ ଚମ୍ପଟ ହୋଇଯାଇଥିଲେ । ସେତେବେଳେ ପାରଳାଖେମୁଣ୍ଡି ପୋଲିସ ବହୁ ଚେଷ୍ଟା ସତ୍ବେ କୌଣସି ସୁରାକ୍ ଜନସାଧାରଣ କିମ୍ବା ପୋଲିସ୍ ଙ୍କୁ ମିଳିପାରିନଥିଲା l ସେତେବେଳେ ଆଇନଜୀବି ଶ୍ରୀ ରାମାରାଓ ଙ୍କ ଉପରେ ଏସିଡ ଆକ୍ରମଣ କୁ ନେଇ ବାର ଆସୋସିଏସନ୍ ତରଫରୁ ପାରଳାଖେମୁଣ୍ଡି ଆଦର୍ଶ ଥାନରେ ଥାନାରେ ଏତଲା ଦେଇ ବିଭିନ୍ନ ସମୟରେ କୋର୍ଟ ବର୍ଜନ , ଧାରଣା, ଶୋଭାଯାତ୍ରା, କଲମ ଛାଡ ଆନ୍ଦୋଳନ ଏବଂ ରାଲି ପ୍ରଭୁତି ବାହାର କରି ଅଭିଯୁକ୍ତଙ୍କୁ ଖୋଜିବାହାର କରିବାକୁ ଦାବି କରାଯାଇଥିଲା ।ତେବେ ଗଜପତି ଏସ ପି ଙ୍କ ପତ୍ୟକ୍ଷ ତତ୍ତ୍ଵାବଧାନରେ ପାରଳାଖେମୂଣ୍ଡି ଆଦର୍ଶ ଥାନାର ଅଧିକାରୀ ଶ୍ରୀ ଭୂପତି ଏଵଂ ପୋଲିସ୍ ଟିମ ନିରନ୍ତର ଉଦ୍ୟମ ଯୋଗୁଁ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବାରେ ସଫଳତା ହାସଲ କରିପାରିଛି , ଅଭିଯୁକ୍ତ ମାନେ ହେଲେ ଆନ୍ଧ୍ରପ୍ରଦେଶ ,ବିଜୟନଗରମ୍ ଜିଲ୍ଲା,ଅନ୍ତର୍ଗତ ଜ୍ଞାନପରମ୍ ବାସିନ୍ଦା ୩୦ ବର୍ଷୀୟ ଶ୍ରୀ ଡି. ସତିସ୍ ଏବଂ ଅନ୍ୟ ଜଣେ ହେଲେ ସ୍ଥାନୀୟ ପାରଳାଖେମୁଣ୍ଡି ପାଲେସ୍ ଷ୍ଟ୍ରୀଟ୍ ବାସିନ୍ଦା ବିଶାଖାପାଟଣା ରେ ବସବାସ କରୁଥିବା ଶ୍ରୀ ଡି. ଭେଙ୍କେଟ୍ ରାଓ ।ଆଜି ସେହି ଘଟଣା ର ଫର୍ଦାଫାଶ୍ କରିବାକୁ ଯାଇ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ରେ ସମସ୍ତ ଘଟଣାବଳୀ ର ବିଷୟ ବସ୍ତୁ ବର୍ଣ୍ଣନା କରିଛନ୍ତି।ଏହି ଅବସରରେ ଏସ୍. ଡି. ପି. ଓ ଶ୍ରୀଯୁକ୍ତ ମାଧବ ନାୟକ ଏବଂ ପାରଳାଖେମୁଣ୍ଡି ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ଭୂପତି ଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଦୁଇ ଅଭିଯୁକ୍ତ ଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଇଛି । ତେବେ ଅଳ୍ପ କିଛି ଦିନ ପରେ ପରେ ଏକ ସମ୍ବେଦନଶୀଳ ଘଟଣା ର ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ୍ ସଫଳତା ପାଇଥିବାରୁ ଜନସାଧାରଣ ଆଶ୍ବସ୍ତ ହେବା ସାଥେ ସାଥେ ପୋଲିସ୍ ମଧ୍ୟ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଛନ୍ତି।

You might also like
error: Content is protected !!