ପ୍ରାଧ୍ୟାପକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା 

ନୟାଗଡ (ପ୍ରଭାକର ଶିରୋମଣି):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ର ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଯୋଗେନ୍ଦ୍ର ନାଥ ବିଶ୍ୱାଳ ଗତ ୩୧ ତାରିଖରେ ଅବସର ଗ୍ରହଣ କରିଥିବାରୁ ଏକ ବିଦାୟକାଳୀନ  ସମ୍ବର୍ଦ୍ଧନା ସଭା କଲେଜ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ରଣଜିତ କୁମାର ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମାବେଶରେ ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସଂଘ ପକ୍ଷରୁ ଉପସ୍ଥିତ ରହି ଉପଢୌକନ, ମାନପତ୍ର ଓ କଣ୍ଟିଲୋ ର କଂସା ବାସନ ସହିତ ଶ୍ରୀ ନୀଳମାଧଵଜୀଉଙ୍କ ପ୍ରତିମୂର୍ତ୍ତି ଉପହାର ସ୍ୱରୂପ ପ୍ରଦାନ କରା ଯାଇଥିଲା l 
            ବିଦାୟୀ ପ୍ରାଧ୍ୟାପକ ଶ୍ରୀ ବିଶ୍ୱାଳ କଲେଜ ଜୀବନର ସ୍ମୃତି ବର୍ଣ୍ଣନା କରି ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଦିଗରେ ସୁ ଚିନ୍ତିତ ପଦକ୍ଷେପ ଗ୍ରହଣ କରିବାପାଇଁ ପରାମର୍ଶ ଦେଇଥିଲେ l ଅପର ପକ୍ଷରେ ସଭାପତି ଡ଼. ତ୍ରିପାଠୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ଅବସର ନେଉଥିବା ଶ୍ରୀ ବିଶ୍ୱାଳଙ୍କ ସମୟାନୁବର୍ତ୍ତିତା, ସଚୋଟ ପଣିଆ ସହିତ ଉତ୍ତମ କାର୍ଯ୍ୟ ଯୋଗୁଁ ସେ  ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ ବୋଲି ମତ ପାଇଥିଲା l ଶେଷରେ ସଂସ୍କୃତ ବିଭାଗ ଅଧ୍ୟାପିକା ଶ୍ରୀମତୀ ସରଳା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l 
   

Smart Computer Ad
You might also like
error: Content is protected !!