ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରଗ ୩୯ତମ ବାର୍ଷିକ ଉତ୍ସବ

ଆର,ଉଦୟଗିରି (ମନୋଜ କୁମାର ପାଢୀ).ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଅପରାହ୍ନ ପାଞ୍ଚଟା ବେଳେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡଃ ମନସ୍ଵିନୀ ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଜିଲ୍ଲାପାଳ ବିଜୟ କୁମାର ଦାସ, ଶଙ୍କର ପ୍ରାସାଦ ବକ୍ସି, ଅନୁଷ୍ଠାନର ଉପ ସଭାପତି ବାଗ୍ମୀ ରଞ୍ଜନ ଷଣ୍ଢ, ସଂଯୁକ୍ତା ପାତ୍ର ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ୩୯ତମ ବାର୍ଷିକ ଉତ୍ସବ ପାଳନ ଏବଂ ଅନୁଷ୍ଠାନ ସମ୍ପର୍କରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ବିଦ୍ୟାଳୟ ରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ପରେ ବିଦ୍ୟାର୍ଥୀ ମାନେ ନିଜ ନିଜର ପ୍ରତିଭା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ର ବହୁ ବିଦ୍ୟାର୍ଥୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ।

Smart Computer Ad
You might also like
error: Content is protected !!