ଚାଲିଯାଇଥାନ୍ତା ନୀରିହ ଯାତ୍ରୀଙ୍କ ଜୀବନ

ଖୋର୍ଦ୍ଧା(ସଞ୍ଜୀବ କୁମାର):-ପ୍ରଚାର ପ୍ରସାର ପାଇଁ ଜଟଣୀ ସହରର ବିଭିନ୍ନ ମାର୍କେଟ୍ କଥା କୁହନ୍ତୁ କି ରୋଡ ଚାରି ପାର୍ଶ୍ୱରେ ସବୁ ଆଡେ ଦେଖିବାକୁ ମିଳୁଛି ବେଆଇନ ହୋର୍ଡ଼ିଂ ବୋର୍ଡ଼ I କେବଳ ନେତା ମନ୍ତ୍ରୀ କି ସମାଜସେବୀ ନୁହଁନ୍ତି ବର୍ତ୍ତମାନ ଘରୋଇ ଶିକ୍ଷାନୁଷ୍ଠାନ ସ୍କୁଲ, କଲେଜ୍ ର ବଡ଼ ବଡ଼ ହୋର୍ଡ଼ିଂ ବୋର୍ଡ଼ ମନ୍ଧ୍ୟ ରାସ୍ତା ରେ ଲଗାଯାଇଥିବା ଦେଖିବାକୁ ମିଳୁଛି l କୌଣସି ପୂଜା କିମ୍ବା ପର୍ବ ପର୍ବାଣୀ ଆସିଲେ କହିବା କଥାନୁହଁ ସମସ୍ତେ ନିଜ ନିଜ ର ପ୍ରଚାର ପ୍ରସାର କରିବା ପାଇଁ ରାସ୍ତା ମାଳ ମାଳ ହୋର୍ଡ଼ିଂ ବୋର୍ଡ଼ ଲଗାଇଥାନ୍ତି l ଅନ୍ୟପଟେ ସାଧାରଣ ଜନତା ହଇରାଣ ହରକତ ହେଉଛନ୍ତି I ମୁନିସିପାଲିଟି ମଧ୍ୟ ଟିକସ ନେଇ ସବୁ ଦେଖିକି ନ ଦେଖିଲା ଭଳି ପୁରା ଚୁପ୍ I ଆଜି ଏଭଳି କିଛି ଘଟଣା ଘଟିଛି ଜଟଣୀ ର ମୁଖ୍ୟ ରାସ୍ତା ସୀତାରାମ ଛକ ଉପରେ I ବିରାଟ ବଡ଼ ହୋର୍ଡ଼ିଂ ବୋର୍ଡ଼ ଭାଙ୍ଗି ଯାଇ ଏକ ଅଟ ଉପରେ ପଡିଥିଲା ଏବଂ ସେ ଅଟ ରେ ଥିବା ଯାତ୍ରୀ ଜଣଙ୍କ ଭଗବାନଙ୍କ ଆଶୀର୍ବାଦ ରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ପୌର ପରିଷଦ ଏଭଳି ଖାମଖିଆଲି ମନୋଭାବ କୁ ଦୃଢ଼ ନିନ୍ଦା କରିବା ସହ ବେଆଇନ୍ ହୋର୍ଡ଼ିଂ ବୋର୍ଡ଼ କୁ ରାସ୍ତା ରୁ କାଢ଼ିବା ପାଇଁ ଦାବୀ କରିଛନ୍ତି ଆଞ୍ଚଳିକ ଅଟୋ ଆସୋସିଏସନ I ଅନ୍ୟପଟେ ବେଆଇନ୍ ଭାବରେ ଲଗାଯାଇଥିବା ହୋର୍ଡ଼ିଂ ବୋର୍ଡ଼ କୁ ରାସ୍ତା ରୁ ଜଲଦି ହଟାଇ ଦିଆଯିବ ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି I

You might also like
error: Content is protected !!