ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ସଭା ଅନୁଷ୍ଠିତ
ନୟାଗଡ (ପ୍ରଭାକର ଶିରୋମଣି):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ନୋଡାଲ ବିଦ୍ୟାପୀଠ ପରିସରରେ ଆଜି ୨୯ ତାରିଖ ବୁଧବାର କ୍ରୀଡା ପ୍ରତିଯୋଗୀ ମାନଙ୍କର ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଆୟୋଜିତ ଏକ ସଭାରେ ପୁରାତନ ଛାତ୍ର ତଥା ମୋ ସ୍କୁଲ ଆଲୁମିନା କମିଟିର ସଭାପତି ଡ଼. ଅର୍ଜୁନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଉତ୍ତମ କ୍ରୀଡା ପ୍ରଦର୍ଶନ କରି କୃତିତ୍ୱ ହାସଲ କରିଥିବା ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏହି ବିଦ୍ୟାପୀଠରେ ଅଧ୍ୟୟନରତ ତୃତୀୟ ଶ୍ରେଣୀ ଛାତ୍ର ବିଶ୍ୱ ପ୍ରସାଦ ସାହୁ ମେଧା ବୃତ୍ତି ହାସଲ କରିଥିବାରୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା l ଆୟୋଜିତ ଏହି ସଭାରେ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଶିକ୍ଷୟିତ୍ରୀ ମାମି ଲତା ସାହୁ ଓ ଗୀତାଞ୍ଜଳି ମହାରଣା ସଂଯୋଜନା କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲ୍ଲୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଣୀ ବିଜ୍ଞାନ ପ୍ରଫେସର ଡ଼. ମହେଶ୍ୱର ବେହେରା, ପୁରୀ, ସାମ୍ବାଦିକ ପ୍ରଭାକର ଶିରୋମଣି, ସାମ୍ବାଦିକ ଶ୍ରୀପତି ମହାରଣା ଓ ସାମ୍ବାଦିକ ସରୋଜ କୁମାର ମିଶ୍ର ଯୋଗ ଦେଇ ଛାତ୍ର ମାନଙ୍କୁ ଉପଦେଶ ଛଳରେ ନିଜକୁ ଗୋଟିଏ ଭଲ ମଣିଷ ଭାବେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ l