ନିରାକାରପୁର ରେଳବାଇ ଷ୍ଟେସନରେ “ସ୍ଵତନ୍ତ୍ର ଟିକେଟ୍ ଯାଞ୍ଚ ଅଭିଯାନ

ଖୋର୍ଦ୍ଧା(ସଞ୍ଜୀବ କୁମାର): ଟ୍ରେନ୍ ମାଧ୍ୟମରେ ଟିକେଟ୍ ବିହୀନ ଏବଂ ଅନିୟମିତ ଟିକେଟ୍ ଯାତ୍ରାକୁ ରୋକିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ୱାରା, ନିରାକାରପୁର ରେଳବାଇ ଷ୍ଟେସନ ରେ ଏକ ସ୍ଵତନ୍ତ୍ର ଟିକେଟ୍ ଯାଞ୍ଚ କରଯାଇଥିଲା। ଶ୍ରୀ ଏସ୍ ହୋରୋ, ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ, ବାଣୀଜ୍ୟ ନିରୀକକ୍ଷ, ଟିକେଟ୍ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳଙ୍କୁ ନେଇ ଏକ ଟିମ୍ ନିରାକାରପୁର ରେଳବାଇ ଷ୍ଟେସନ ରେ ଏବଂ ସେହି ଷ୍ଟେସନ ଦେଇ ଯାଉଥିବା ଟ୍ରେନରେ ଅଚାନକ ଟିକେଟ୍ ଯାଞ୍ଚ ଅଭିଯାନ କରିଥିଲେ।

ଉପରୋକ୍ତ ଟିକେଟ୍ ଯାଞ୍ଚ ଅଭିଯାନ ସମୟରେ, 87 ଟି ବିନା ଟିକେଟ୍ ଯାତ୍ରୀ ଚିହ୍ନଟ ହେଇଥିଲେ ଏବଂ ଏହି ଯାତ୍ରୀମାନଙ୍କଠାରୁ ଭଡା ସହିତ ଜରିମାନା ଆକାରରେ 29,765/ – ଟଙ୍କା ସଂଗ୍ରହ କରାଯାଇଥିଲା। ନିରାକାରପୁର ଷ୍ଟେସନ ରେ ଏହି ଅଚାନକ ଟିକେଟ୍ ଯାଞ୍ଚ ଅଭିଯାନ ଯୋଗୁଁ, ନିରାକାରପୁର ଏବଂ ନିକଟସ୍ଥ ଷ୍ଟେସନଗୁଡ଼ିକରେ କାଉଣ୍ଟରସ୍ ଟିକେଟ୍ ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଛି|

ଯେ କୌଣସି ଅସାଧୁ କାର୍ଯ୍ୟକଳାପ କୁ ରୋକିବା ପାଇଁ, ତତ୍କାଲ ଟିକେଟ ସଂରକ୍ଷଣ ବୁକିଂ ଅବଧି ସମୟ ରେ, ନିରକାରପୁର ଟିକେଟ ବୁକିଂ କାଉଣ୍ଟର ଉପରେ କଡା ନଜର ରଖାଯାଇଥିଲେ, ଯାହା ଦ୍ୱାରା କେବଳ ପ୍ରକୃତ ଯାତ୍ରୀମାନେ ତତ୍କାଲ ଟିକେଟର ସୁବିଧା ପାଇପାରିବେ।

ପ୍ରକୃତ ଟିକେଟଧାରୀ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଏବଂ ରେଳ ରାଜସ୍ୱରେ ହ୍ରାସକୁ ରୋକିବାପାଇଁ, ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଦ୍ୱାରା ବିଭିନ୍ନ ରେଳ ଷ୍ଟେସନରେ, ଏହି ପ୍ରକାରର ଟିକେଟ୍ ଯାଞ୍ଚ ଅଭିଯାନ କରାଯାଉଛି।

ଯାତ୍ରା ସମୟରେ କୌଣସିପ୍ରକାର ଅସୁବିଧା ର ସମ୍ମୁଖୀନ ନହେବା ପାଇଁ ଉପଯୁକ୍ତ ଟିକେଟ୍ / ପ୍ରାଧିକରଣ ସହିତ ଟ୍ରେନରେ ଯାତ୍ରା କରିବାପାଇଁ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟି ପ୍ରବନ୍ଧକ, ଶ୍ରୀ ଅନୀଲ କୁମାର ଏସ୍., ଯାତ୍ରୀମାନଙ୍କୁ ନମ୍ରତାର ସହିତ ଅନୁରୋଧ କରିଛନ୍ତି।

You might also like
error: Content is protected !!