ମଶା ମରା ଦୁର୍ନିତି

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ନିକଟରେ ଝାରସୁଗୁଡା ମୁନିସିପାଲିଟି ରେ ମଶା ମରା ତେଲ ୧୨୦ ଟଙ୍କା ରୁ ୨୦୦ ଟଙ୍କା ଭିତରେ ଫୁଜନ ଗ୍ରୁପ ପୌର ପରିଷଦକୁ ଯୋଗାଇଥିଲl l ୪ଜଣ ପୌର କର୍ମଚାରୀ ଏହାକୁ ଲିଟର ପିଛା ୭୪୦ଟଙ୍କା ରେ କିଣିବାର ମିଥ୍ୟା ବିଲ କରିଥିଲେ l ଗତ ୧୩/୧୨/୨୪ରେ ଭିଜିଲାନ୍ସ୍ ଦ୍ଵାରା ତଦନ୍ତର ଶିକାର ହେଇ ଗିରଫ ପରେ ସେମାନେ ଜେଲ ଯାଇଥିଲେ ବୋଲି ବିଜେପି ନେତା ପୀତବାସ ପଣ୍ଡା ଦାବି କରିଛନ୍ତି l ଅନ୍ୟପଟେ ବ୍ରହ୍ମପୁର ମହାନଗର ନିଗମ ମଶା ମରା ତେଲ ଲିଟର ପିଛା କେତେ ଟଙ୍କାରେ କିଣୁଛି ବୋଲି ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ଶ୍ରୀ ପଣ୍ଡା ସୂଚନା ଅଧିକାର ଆଇନ ଦ୍ୱାରା ଜାଣିବାକୁ ଚାହିଁଥିଲେ l ମିଳିଥିବା ତଥ୍ୟ ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମ ମଶା ମାରିବା ପାଇଁ ଲିଟର ପିଛା ୨୫୪୮ ଟଙ୍କାରେ ଅନ୍ନପୂର୍ଣ୍ଣା ଏଗ୍ରିକଲଚର ଏଜେନ୍ସି ଠାରୁ କିଣିଛନ୍ତି l ଖୋଲା ବଜାର ତଥା ବିଭିନ୍ନ କମ୍ପାନୀରେ ମଶା ମାରିବା ତେଲ ୧୨୦ ରୁ ୨୦୦ ଟଙ୍କା ମାଧ୍ୟରେ ମିଳୁଥିବା ବେଳେ, ମାତ୍ର ୭୪୦ ଟଙ୍କାରେ ମଶା ମାରା ତେଲ କିଣି ଝାରସୁଗୁଡାର ୪ ଜଣ ପୌର କର୍ମଚାରୀ ଜେଲ ଯାଇଛନ୍ତି ।ସେହିଭଳି ବ୍ରହ୍ମପୁର ପୌର ପରିଷଦରେ ଘଟିଥିବା ଏହି ମହା ଦୁର୍ନିତିର ତଦନ୍ତ କରି ଯେଉଁ ମାନେ ଏହି ଘଟଣା ରେ ସମ୍ପୃକ୍ତ ଥିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି l ଯଦି ଏହି ଘଟଣା ପୌର କର୍ତ୍ତୃପକ୍ଷ ନିରବ ରହିବେ ଆସନ୍ତା ୧୫ ଦିନ ପରେ ପୌର ପରିଷଦକୁ ଘେରାଉ କରାଯିବ ବୋଲି ଆଇନଜୀବୀ ତଥା ବିଜେପି ନେତା ଶ୍ରୀ ପଣ୍ଡା ସତର୍କ କରାଇଛନ୍ତି l

You might also like
error: Content is protected !!