ଜଳ ସମ୍ପଦ ବିଭାଗ : କଣ୍ଟିଲୋରେ ୫ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ
ନୟାଗଡ(ପ୍ରଭାକର ଶିରୋମଣ)୨୭/୧:-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ଜଳସମ୍ପଦ ବିଭାଗ ଅଧୀନରେ ଥିବା ୩ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଆଜି କରିଛନ୍ତି କଟକ ଲୋକସଭା ସାଂସଦ ଭର୍ତ୍ତୃ ହରି ମହତାବ ଓ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସୂଚନାରୁ ପ୍ରକାଶଯେ କଣ୍ଟିଲୋ ପଞ୍ଚାୟତ ଅଞ୍ଚଳରେ ଅବସ୍ଥିତ ମହାନଦୀର ଉପ ନଦୀ କମେଇଁ ନଦୀର ବାମପାର୍ଶ୍ଵ ଶ୍ମଶାନ ଚଣ୍ଡୀ – ଗୋପୀନାଥ ପୁର ମାଳବନ୍ଧ ପ୍ରଶସ୍ତି କରଣ ପାଇଁ ସାଂସଦ ଶ୍ରୀ ମହତାବ ଓ ବିଧାୟକ ଶ୍ରୀ ସ୍ୱାଇଁ ଶିଳାନ୍ୟାସ କରିବା ସହିତ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ କଣ୍ଟିଲୋ ବାପୁଜୀ ନଗର ସ୍ଥିତ ଗାନ୍ଧୀ ପାର୍କ ଓ ଭରତ ସାନ୍ତରା ପୋଖରୀର ନବୀକରଣ ପାଇଁ ଶିଳା ନ୍ୟାସ କରିଥିଲେ l ଅପର ପକ୍ଷରେ ନିକଟରେ ମହାନଦୀ କୂଳରେ ଥିବା ଶଙ୍ଖ ତୋଟା ଶ୍ମଶାନ ଘାଟକୁ ଲାଗି ମାଳବନ୍ଧର ପ୍ରଶସ୍ତି କରଣ ପାଇଁ ଗାର୍ଡ ୱାଲ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ l ଏହା ବ୍ୟତୀତ ବଡ ବାଣପୁର. ଘାଟ ମହାନଦୀ ଦକ୍ଷିଣ ପାର୍ଶ୍ଵ ମାଳବନ୍ଧର ସୁରକ୍ଷା ପାଇଁ ପ୍ରଶସ୍ତି କରଣ ଓ ବେଣା ଗାଡ଼ିଆ କୁଆଁରିଆ ନଦୀର. ମାଳବନ୍ଧ ପାଇଁ ଶିଳାନ୍ୟାସ କରିଵା ସଙ୍ଗେ ସଙ୍ଗେ ଭାପୁର ବ୍ଳକ ଅନ୍ତର୍ଗତ ଧାନ ଚାଙ୍ଗଡ଼ା ମାଳବନ୍ଧ ନବୀକରଣ ପାଇଁ ଶିଳାନ୍ୟାସ କରିଥିଲେ ବୋଲି କଣ୍ଟିଲୋ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଇଂ ରାମମୋହନ ବେହେରାଙ୍କ ଠାରୁ ପ୍ରକାଶ l ଏହାବ୍ୟତୀତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ପରିସରରେ ନିର୍ମାଣ ପାଇଁ ଆସିଥିବା ସରକାରୀ ଅନୁଦାନ ଅର୍ଥ ବିନିଯୋଗ ରେ ହେବାକୁ ଥିବା ଗୃହର ଶିଳାନ୍ୟାସ କରିଥିଲେ l
