କଣ୍ଟିଲୋରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ 

ନୟାଗଡ(ପ୍ରଭାକର ଶିରୋମଣି ):ଦେଶର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ, ବଡ  ବାଣପୁର, ସିଧାମୁଳା ଓ ବେଣାଗାଡ଼ିଆ ଅଞ୍ଚଳ ରେ ବିଭିନ୍ନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ଵେଛା ସେବୀ ଅନୁଷ୍ଠାନ ମାନଙ୍କରେ ପ୍ରଭାତ ଫେରି, ଜାତୀୟ ପତାକା ଉତ୍ତୋଳନ ଓ ସାଧାରଣସଭା ମାନ ଅନୁଷ୍ଠିତ ହୋଇ ଯାଇଛି l
               ଏହି ଅବସରରେ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ, କୁଞ୍ଜବିହାରୀ ନୋଡାଲ ବିଦ୍ୟାଳୟ,ନୀଳମାଧଵ ନୋଡାଲ ବିଦ୍ୟାପୀଠ, କଣ୍ଟିଲୋ ବାଳିକା ପ୍ରାଥମିକ ବିଦ୍ୟାଳୟ, ରାଧାନାଥ. ପ୍ରାଥମିକ  ବାଳିକା ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କଣ୍ଟିଲୋ ଜଳସମ୍ପଦ ବିଭାଗ, କଣ୍ଟିଲୋ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ବାଣପୁର   କ୍ଲବ ଓ କଣ୍ଟିଲୋ ନାଗରିକ ମଞ୍ଚ ସମେତ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ସାଧାରଣ ତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ  ରବିବାର ପାଳିତ ହୋଇଥିଲା l 

Smart Computer Ad
You might also like
error: Content is protected !!