ଆଶା ପବ୍ଲିକ ସ୍କୁଲରେ ୭୬ ତମ ଗଣତନ୍ତ୍ର ଦିବସ ପାଳିତ
ବ୍ରହ୍ମପୁର, ବିଚିତ୍ର ସାହୁ: ସ୍ଥାନୀୟ ବାହାଦୁରପେଟା ଥିବା ଆଶା ପବ୍ଲିକ ସ୍କୁଲରେ ୭୬ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦେଶକ ସେବତୀ ପାଢ଼ୀ ସଭାପତିତ୍ବ କରି ସ୍ବାଗତ ଭାଷଣ କରିଥିଲେ l ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ଜନତା ପାର୍ଟି ର କରlପଲ୍ଲୀ ମଣ୍ଡଳ ସଭାପତି ଏମ.ସାଗର ଯୋଗଦେଇ ପତାକା ଉତ୍ତୋଳନ କରି ଦେଶ ମାତୃଭୂମି ସେବାରେ ନିଜକୁ ସାମିଲ କରି ଉତ୍ତମ ନାଗରିକ ହେବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ ଥିଲେ ।
ବିଶିଷ୍ଟ ସମାଜ ସେବି ଓ ଭାରତ ଜନତା ପାର୍ଟି ର ଗଞ୍ଜୁ ମଣ୍ଡଳ ସଭାପତି ହୁସିକେଶ ବେହେରା ଏବଂ ବିଦ୍ୟାଳୟର କମିଟି ମେମ୍ବର କୃଷ୍ଣ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ଗଣତନ୍ତ୍ର ର ଉଦ୍ଦେଶ୍ୟ ଓ ତାକୁ ସୁରକ୍ଷା ଦେବାରେ ଆମର କର୍ତ୍ତବ୍ୟ ସମ୍ପର୍କେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଶିଶୁଙ୍କୁ ଶିଶୁ ଦିବସର କାଯ୍ୟକ୍ରମ ର ରହିଥିବା ପୁରସ୍କାର ମୁଖ୍ୟ ଅତିଥିଙ୍କ ଦ୍ଵାରା ଦିଆଗଲା l ଛାତ୍ର ଛାତ୍ରୀ ଦ୍ଵାରା ପିରାମିଡ୍, ପେଟ୍ରୋଟିକ ଡାନ୍ସ, ସମେତ ଦେଶ ଭକ୍ତି ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ । ଶେଷରେ ରମେଶ ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ନରସିଂହ ରାଉତଙ୍କ ତତ୍ତ୍ଵାବଧାନରେ ମଧୁ ସୁଦନ ବେହେରା, ସରୋଜ ସାହୁ, ସୁମନ ମହାରଣା, ସୁମିତା ସାହୁ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ ।
