ଜାତୀୟ ପତାକା ବିକ୍ରି କରି ପ୍ରଶଂସା ସାଉଁଟିଛନ୍ତି ଶଶୀ ସାହୁ
ତୁମୁଡ଼ିବନ୍ଧ(ସୁକାନ୍ତ କୁମାର ତ୍ରିପାଠୀ)ରାତି ପାହିଲେ ଦେଶ ପାଳିବ 76ତମ ସାଧାରଣ ତନ୍ତ୍ର ଦିବସ ଏଥିପାଇଁ ପଲି ଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଚାଲିଛି ସାଜସଜ୍ଜା |ଏଥିପାଇଁ ବାଦ ପଡିନି ତୁମୁଡିବନ୍ଧ ବ୍ଲକ, ରଙ୍ଗ ବେରଙ୍ଗ ର ଜାତୀୟ ପାତାକ ସହ ଆଲୋକ ମାଳା ଝଲସି ଉଠୁଛି,ତେବେ ପୂରପଲିରେ ଜାତୀୟ ପାତକା ନିଜସ୍ୱ ଖର୍ଚ୍ଚ ରେ ବଣ୍ଟନ କରି ଚର୍ଚ୍ଚା ରେ ଅଛନ୍ତି ଶଶୀ ସାହୁ |ଶୀତ ହେଉକି ବର୍ଷା, ଯାତ୍ରା ହେଉ କିମ୍ବା କୌଣସି ପର୍ବପର୍ବାଣୀ ସବୁବେଳେ ଗ୍ରାହାକଙ୍କୁ ନୂଆ ନୂଆ ଡିଜାଇନ ର ଜିନିଷ ଯୋଗାଇ ଆସିଛନ୍ତି ଶଶୀ ସାହୁ ତାହା ମଧ୍ୟ ସୁଲଭ ଦରରେ, ଏବେ ନିଜସ୍ୱ ଖର୍ଚ୍ଚ ରେ ଜାତୀୟ ପତାକା ଲୋକଙ୍କୁ ବଣ୍ଟନ କରି ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି | ଖାଲି ଜାତୀୟ ପତାକା ନୁହେଁ ଦୀପାବଳି ରେ ଭଳିକି ବାଣ, ମହା ଶିବ ରାତ୍ରି ରେ ଖେଳନା, ଫଗୁଣ ମାସରେ ଫଗୁ ବଣ୍ଟନ, ବୋଇତ ଅମାବାସ୍ୟା ରେ ବୋଇତ ବଣ୍ଟନ କରି ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି. ବିକ୍ରି ହେଉଥିବା ଜିନିଷ ରୁ ଅର୍ଦ୍ଧାଧିକ ଲାଭାନ୍ସ ସର୍ବଦା ଲୋକଙ୍କୁ ବଣ୍ଟନ କରିଆସୁଛନ୍ତି | ଏବେ ଆଦିବାସୀ ଅଂଚଳରେ ଜାତୀୟ ପତାକା ବଣ୍ଟନ କରି ବେଶ ଚର୍ଚ୍ଚା ରେ ଅଛନ୍ତି |
