ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଣଦୌଡ଼ ପ୍ରତିଯୋଗିତା
ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଶନିବାର ଦୀନ ସକାଳ ୭ ଘଣ୍ଟା ସମୟରେ ଏକ ମିନି ମାରାଥନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା | ଏହି ପ୍ରତିଯୋଗୀତାରେ ଭାଗନେଇଥିବା ଛାତ୍ର, ଛାତ୍ରୀ ଓ କିଛି ଜନସାଧାରଣ ଙ୍କୁ ଉପଜିଲ୍ଲାପାଳ ରୀନା ପ୍ରଧାନ ଓ ଏସଡିପିଓ ରାମେନ୍ଦ୍ର ପ୍ରସାଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ପ୍ରତିଯୋଗି ମାନଙ୍କୁ ସାହାର୍ଯ୍ୟ କରିଥିଲେ କିଛି ସରକାରୀ କର୍ମଚାରୀ |

ପିଏଆଇଟିଡିଏ ଗଦାଧର ପାତ୍ର ଗଣଦୌଡ଼ ପ୍ରତିଯୋଗିତା ରେ ଭାଗ ନେଇଥିବା ପ୍ରତିଯୋଗୀ ଙ୍କୁ ଟି ସାର୍ଟ ପ୍ରଦାନ କରିଥିଲେ | ସମସ୍ତ ପ୍ରତିଯୋଗୀ ମାନେ ଆଦିବାସି ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇ ପୁଣି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ପ୍ରତ୍ୟାବର୍ତନ କରିଥିଲେ | ଏହାକୁ ଶୃଙ୍ଖଳା ର ସହିତ ବାଲିଗୁଡା ପୋଲିସ କର୍ମଚାରୀ ଓ ସରକାରୀ କର୍ମଚାରୀ ତଦାରଖ କରିଥିଲେ |

