ମେଗା ରକ୍ତଦାନ ଶିବିର

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଘ ଏଆଇଓସିଡିର ଗୋଲ୍ଡେନ ଯୁବୁଲି ଓ ଜାତୀୟ ସଭାପତି ଜଗନ୍ନାଥ୍ ସିନ୍ଦେଜିଙ୍କ ୭୫ ବର୍ଷ ପୂର୍ତ୍ତି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା l ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ୟୁସିଡ଼ିଏର ଆହ୍ଵାନ କ୍ରମେ ଗଂଜାମ ଔଷଧ ବ୍ୟବସାୟୀ ସଂଘ ତରଫରୁ ପ୍ରେମ ନଗର ମୁଖ୍ୟ ରାସ୍ତା ରୋଟାରୀ ହଲ ଠାରେ ମେଗା ରକ୍ତଦାନ ଶିବିର ହୋଇଯାଇଛି l ୟୁସିଡ଼ିଏର ସଭାପତି ପି ସତ୍ୟନାରାୟଣଙ୍କ ପ୍ରତ୍ୟକ୍ଷ ତତ୍ଵIବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ ଏଆଇଓସିଡିର ଯୁଗ୍ମ ସମ୍ପାଦକ ଭି ଜଗନ୍ନାଥ ରାଓ ଓ ଜିପିସିଡିଏ ସଭାପତି ବିଷ୍ଣୁ ପ୍ରାସାଦ ପଣ୍ଡା ଶୁଭ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କର୍ମକର୍ତ୍ତା ପ୍ରଦୀପ ପଣ୍ଡା, ମନୁ ସେନାପତି, ବଲ୍ଲଭ ପାଣିଗ୍ରାହୀ, ଇପାରି କ୍ରିଷ୍ଣା ପ୍ରସାଦ ରାଓ, ସତ୍ୟକାମ ପାତ୍ର, ଭି ଚନ୍ଦ୍ରଶେଖର, ଜିତେନ୍, ସୁଜିତ୍ ଭୂୟାଁ, କେଦାରନାଥ ଜେନା, ସିମlଞ୍ଚଳ ପାଣିଗ୍ରାହୀ, ଅବନୀ ସାହୁ, ଆନନ୍ଦ ରାଓ, ଗିରିଶ ପ୍ରଧାନ, ଧର୍ମା ରାଓ, ଲକ୍ଷ୍ମୀ ପାତ୍ର, ନାଗେଶ୍ଵର ପୃଷ୍ଟିଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ଡ଼ାକ୍ତର ଓ କର୍ମଚାରୀ ଏହାକୁ ସହଯୋଗ କରିଥିଲେ l ଭାରତର ସମସ୍ତ ଔଷଧ ବ୍ୟବସାୟୀ ସଂଘ ଓ ଓଡ଼ିଶାର ସମସ୍ତ ଔଷଧ ବ୍ୟବସାୟୀ ସଂଘ ତରଫରୁ ଶୁକ୍ରବାର ଦିନ ରକ୍ତଦାନ ଶିବିର ଆୟୋଜିତ ହୋଇଛି I ଏଭଳି ଭାରତ ବର୍ଷରେ ଗିନିଜ୍ ବୁକ୍ ଅଫ୍ ୱlର୍ଲଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖାଯାଇଛି l ଜନସାଧାରଣ ସୁବିଧାରେ ରକ୍ତ ପାଇବା ଲକ୍ଷ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା କୁହାଯାଇଛି l

Smart Computer Ad
You might also like
error: Content is protected !!