ବାଲିଗୁଡା ରୁ ୪ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି କୁନି ଶିବାନ୍ସ
ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ଇଲେଟ୍ରିସାହି ରେ ରୁହନ୍ତି ବାପା କୃଷ୍ଣଚନ୍ଦ୍ର ମହାରଣା,ମାତା ଶିବାନୀ ମହାରଣା ଓ ଶିଶୁ ଶିବାନ୍ସ ବୟସ ମାତ୍ର 4ବର୍ଷ 2 ମାସ ଯେଉଁ ବୟସ ରେ ସେ ଖେଳକୁଦ କରିବା କଥା ସେହି ବୟସ ସେ ପାଇଛନ୍ତି ଅନେକ ପ୍ରଂଶସା |ଶିଭାନ୍ସ ର ପିତା ମାତା ବାଲିଗୁଡା ର ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲ ରେ ନର୍ସରୀ ଶ୍ରେଣୀ ରେ ନାମ ଲେଖାଇ ଥିଲେ lସ୍କୁଲ ର ଅଧକ୍ଷ୍ୟ ଓ ଶିକ୍ଷୟତ୍ରୀ ଙ୍କ ତତ୍ୱାବଧାନ ରେ ଅନେକ ବିଷୟ ଜାଣିବା ସାଙ୍ଗକୁ ପ୍ରାଞ୍ଜଳ ଭାବେ ଉତ୍ତର ଦେଇ ପାରୁଥିଲେ ଶିବାନ୍ସ |ନିଜ ସ୍ମରଣ ଶକ୍ତି ବଳ ରେ ଅନର୍ଗଳ ନିଜ
ଜିଲ୍ଲା, ରାଜ୍ୟ, ଦେଶ ର ନାମ ସମେତ ଜାତୀୟ ପତାକା,ଜାତୀୟ ସଂଗୀତ, ଜାତୀୟ ପଶୁ ପକ୍ଷୀ,ଭାରତ ର ବିଭିନ୍ନ ରାଜନୈତିକ ଦଳ ର ନେତା ଙ୍କ ନାମ, ବିଭିନ୍ନ ପର୍ବ ପର୍ବାଣି, ବହୁ ପର୍ବତ ସାଙ୍ଗକୁ ସାଧାରଣ ଜ୍ଞାନ କୁ ନେଇ ପ୍ରତିଟି ପ୍ରଶ୍ନ ର ଉତ୍ତର ଅନର୍ଗଳ କହି ପାରୁଛନ୍ତି | ଏଥିପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ତାଙ୍କ ନିକଟ କୁ ଆସି ପହଂଚିଛି ପ୍ରମାଣ ପତ୍ର, ମେଡାଲ, ପରିଚୟ ପତ୍ର ଓ ବ୍ୟାଚ lଏହି କୁନି ବାଳକ ର ସଫଳତା ଏବେ ବାଲିଗୁଡା ସହର ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ସବୁ ମହଲ ରୁ ଶୁଭେଚ୍ଛା ସହ ପ୍ରଂଶସା ର ସୁଅ ଛୁଟୁଛି lତେବେ ଏହି ସଫଳତା ପାଇଁ ଶିବାନ୍ସ ଙ୍କ ପିତାମାତା ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲ ର କର୍ତ୍ତୃପକ୍ଷ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଅନୁଷ୍ଠାନ ମଧ୍ୟ ଶିବାନ୍ସ ଙ୍କୁ ପ୍ରଶଂସିତ କରାଯିବା ସହ ପୁରସ୍କୃତ କରାଯାଇଛି l ଶିବାନ୍ସ ଙ୍କ ପ୍ରତିଭା କୁ ନେଇ ଏବେ ପ୍ରଂଶସା ର ସୁଅ ଛୁଟୁଥିବା ବେଳେ ଶିବାନ୍ସ ମହାରଣା ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଅଂଚଳବାସୀ |
