ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ
ନୟାଗଡ(ପ୍ରଭାକର ଶିରୋମଣି ) ୨୪ l ୧ ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅଧୀନରେ ଥିବା କଣ୍ଟିଲୋ ଫାଣ୍ଡି ପରିସରରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ତ୍ରୀନାଥ ଦେବ ଙ୍କର ଚତୁର୍ଦଶ ବାର୍ଷିକ ଉତ୍ସବ ଆଜି ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ଫାଣ୍ଡି ପରିସରରେ ପ୍ରତିଷ୍ଠିତ ଠାକୁର ଙ୍କ ହୋମ ଯଜ୍ଞ ଆଦି ପୂଜାର୍ଚନା ଅନୁଷ୍ଠିତ ହୋଇଥିଲା l ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ ଓ ସହକାରୀ ମନୋରଞ୍ଜନ ପଣ୍ଡାଓ ସହକର୍ମୀ ମାନଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲାବେଳେ ଏହି ଉତ୍ସବରେ କଣ୍ଟିଲୋ ଫକୀର ଅତବୁଦ୍ଧି ପାଟଣା “ବରୁଣେଇ “ମାତୃମଣ୍ଡଳୀ ମୁଖ୍ୟ ମଙ୍ଗୁଳି ଦଳେଇ ଓ ବାଣପୁର “ଥାନପତି” ମାତୃ ମଣ୍ଡଳୀ ମୁଖ୍ୟ ଧନେଶ୍ୱର ଦଳେଇ ଙ୍କ ତତ୍ୱାବଧାନ ରେ ଉତ୍କୃଷ୍ଟ ଧରଣର ସାଂସ୍କୃତିକ ସମାବେଶ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ନୟାଗଡ ଜିଲ୍ଲାରେ ଥିବା ପ୍ରତ୍ୟେକ ଥାନା ଓ ଫାଣ୍ଡି ଅଞ୍ଚଳରୁ କର୍ମଚାରୀ ମାନେ ଯୋଗଦେଇଥିଵା ଦେଖା ଯାଇଥିଲା l
