ମାଣ୍ଡିଆପଲ୍ଲୀ ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ଯରେ ସୁବାଷ ବୋଷ ଜୟନ୍ତୀ ପାଳିତ
ବ୍ରହ୍ମପୁର,:-ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ସୁବାଷ ବୋଷ ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ଯରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128 ତମ ଜୟନ୍ତୀ ମହୋତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ଗ୍ରାମର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସଂଗଠିତ କରାଯାଇ ଦର୍ଶକ ମାନଙ୍କ ମଧ୍ଯରେ ଭରପୂର ଆନନ୍ଦ ଉପଭୋଗ ସୃଷ୍ଟି କରାଯାଇଥିଲା।ଆୟୋଜିତ ଉତ୍ସବରେ ମୁଖ୍ଯ ଅତିଥି ରୂପେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସେବାନିବୃତ୍ତ ପ୍ରଧାନଶିକ୍ଷକ ରୋଟାରିଆନ କାମରାଜୁ ମହାରଣା ଏବଂ ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ କର୍ଣ୍ଣଲ ରାମଚନ୍ଦ୍ର ଗୌଡ ଯୋଗଦେଇ ନେତାଜୀଙ୍କ ଦେଶପ୍ରେମ, ଆଜାଦ ହିନ୍ଦ୍ ଫୌଜ ଗଠନ,ଇଂରାଜି ମାନଙ୍କ ବିରୁଦ୍ଧରେ ବିଦେଶରୁ ଯୁଦ୍ଧ ଘୋଷଣା ପ୍ରଭୃତି ଏବଂ ତାଙ୍କର ଜୀବନାଦର୍ଶ ଉପରେ ବକ୍ତବ୍ଯ ରଖିଥିଲେ।ସଂଗଠନର ସଭାପତି ଅବସରପ୍ରାପ୍ତ ସେନା କ୍ଯାପଟନ୍ ଶ୍ରୀନିବାସ ମହାରଣାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ରଙ୍ଗେଇଲୁଣ୍ଡା ସରପଞ୍ଚ ଶରତ ଚନ୍ଦ୍ର ମହାଙ୍କୁଡ, ସମିତି ସଭ୍ଯ କୃଷ୍ଣ ଚନ୍ଦ୍ର ମହାଙ୍କୁଡ, ଜ୍ଞାନ ଦୀପ ବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ଜେନା,ଏୟାର ଫୋର୍ସର ଦୁଇ ଅବସରପ୍ରାପ୍ତ ଅଫିସର ଦେବେନ୍ଦ୍ର ସାହୁ ଓ ଶାନ୍ତନୁ କୁମାର ମିଶ୍ର, ଗୋପାଳ କୃଷ୍ଣ ରାଉତ,ଗ୍ରାମ୍ଯ କମିଟି ସଭାପତି ଜି.ନନ୍ଦ କୁମାର ରେଡି ପ୍ରମୁଖ ଅତିଥିବୃନ୍ଦ ଯୋଗଦେଇ ଉଦ୍ବୋଧନ ଦେଇଥିଲେ।ସଂଗଠନର ସଂପାଦକ ପି.ଶିବପ୍ରସାଦ ରେଡିଙ୍କ ନିର୍ଦ୍ଦେଶନାରେ ଓ ସଂଯୋଜନାରେ ପରିଚାଳିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗ୍ରାମ୍ଯ କମିଟୀ ଉପଦେଷ୍ଟା ଏସ୍.କେଶବ ରେଡି,ସିମାଞ୍ଚଳ ପଣ୍ଡା,ପି.ହରିବନ୍ଧୁ ରେଡି,ସଦାଶିବ ନାୟକ,ଏସ୍.ମିଟୁ ରେଡି,ପ୍ରକାଶ ଚନ୍ଦ୍ର ଦାଶ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ଉତ୍ସବରେ ଓଡିଶୀ, ସମ୍ବଲପୁରୀ,ପିହୁ, ବାଜିରାଉତ ନାଟକ ଦର୍ଶକ ମାନଙ୍କ ମନ ମୋହିଥିଲା।ଏଭଳି କାର୍ଯ୍ୟକ୍ରମ ପାଇଁ ସୁବାଷ ବୋଷ ସ୍ବେଚ୍ଛାସେବୀ ସଂଗଠନକୁ ପ୍ରଶଂସା କରାଯାଇଥିଲା।
