ପୋଷ୍ଟର ଘଟଣାକୁ ନିନ୍ଦା
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ସାମ୍ବାଦିକଙ୍କୁ ମନା ନେଇ ପୋଷ୍ଟର ଲାଗିଥିଲା l ଯାହାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି l ବ୍ରହ୍ମପୁର ପ୍ରେସ କ୍ଲବ ସାନଖେମୁଣ୍ଡି ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ନେଇ ଦୃଢ଼ ନିନ୍ଦା କରିଛି। ଆଜି କ୍ଳବର ସାମ୍ବାଦିକ ମାନେ ଏକତ୍ରିତ ହୋଇ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତୁରନ୍ତ ଉକ୍ତ ପୋଷ୍ଟରକୁ ସାନଖେମୁଣ୍ଡି ବ୍ଲକ ପରିସରରୁ ହଟାଇବାକୁ ଦାବି ହେଇଥିଲା l ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ସାମ୍ନାକୁ ଆଣିବା ନିମନ୍ତେ ଗଣମାଧ୍ୟମ କାର୍ଯ୍ୟ କରୁଛି l ତୁରନ୍ତ ପୋଷ୍ଟର ହଟାଇବା ନେଇ ସାମ୍ବାଦିକ ମାନେ ଦାବି କରିଛନ୍ତି । କ୍ଳବ୍ ସଭାପତି ଅଶୋକ ବ୍ରହ୍ମା,ଉପସଭାପତି ଅଭୟ ପାଢ଼ୀ,ସଂପାଦକ ପ୍ରହଲ୍ଲାଦ ସାହୁ,ଗୋପାଳ ରେଡ୍ଡୀ ଏବଂ ଶିବ ପଣ୍ଡାଙ୍କ ସମେତ ସାମ୍ୱାଦିକ ଉପସ୍ଥିତ ଥିଲେ l