ନୀଳମାଧଵ ପୀଠରେ ପ୍ରବଳ ଭିଡ଼
ନୟାଗଡ଼ ( ପ୍ରଭାକର ଶିରୋମଣି )୨୦ l ୧ : ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠରେ ରବିବାର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା l ଏହି ଅବସରରେ ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ୱ ଦର୍ଶକ ବିଭିନ୍ନ ଅଞ୍ଚଳ ରୁ ଆସି ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିବା ଦେବୋତ୍ତର ବିଭାଗ ଠାରୁ ପ୍ରକାଶ l ଉଲ୍ଲେଖ ଯୋଗ୍ୟ ଯେ,ପ୍ରବଳ ଭିଡ଼ ସତ୍ୱେ ମନ୍ଦିର ସେବାୟତଙ୍କ ସହଯୋଗରେ ଶୃଙ୍ଖଳିତ ଦର୍ଶନ ହୋଇଥିବା ଜଣାଯାଇଛି l କଣ୍ଟିଲୋ ଫାଣ୍ଡିରେ କର୍ମଚାରୀଙ୍କ ଅଭାବ ସତ୍ୱେ ସ୍ଥାନୀୟ ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ ମନ୍ଦିର ପରିସରରେ ଉପସ୍ଥିତ ରହି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ l ଅପର ପକ୍ଷରେ ନୀଳମାଧଵ ପୂଜକ ସମାଜ କର୍ମକର୍ତ୍ତା ଓ ସମସ୍ତ ସେବାୟତ ମାନେ ହଜାର ହଜାର ଯାତ୍ରୀଙ୍କୁ ଧାଡିରେ ମନ୍ଦିର ଭିତର କୁ ଦର୍ଶନ ପାଇଁ ଛାଡିଥିଲେ l ବାହାରୁ ଆସିଥିବା ବଙ୍ଗାଳୀ ଯାତ୍ରୀ ଓ ଅନ୍ୟାନ୍ୟ ଅଞ୍ଚଳ ରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ମାନେ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ଶାନ୍ତି ଶୃଙ୍ଖଳାର ଦର୍ଶନ କରିଥିଲେ l ବିଶେଷତଃ ବରିଷ୍ଠ ନାଗରିକ ମାନଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ ରାଜ୍ୟର ଏହି ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵ ମନ୍ଦିର ପରିସରରେ ଲାଗିଥିବା ସିସି ଟିଭି କ୍ୟାମେରା ଦୀର୍ଘ ଦିନ ଧରି ଅଚଳ ହୋଇଥିବାରୁ ସେଥି ପ୍ରତି ଦେବୋତ୍ତର ବିଭାଗ ତଥା ଜିଲ୍ଲା ପ୍ରଶାସନ ଵାରମ୍ବାର ଜଣା ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି l ସମ୍ପ୍ରତି ପର୍ଯ୍ୟଟନ ଋତୁରେ ପ୍ରତିଦିନ ମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହୁଥିବାରୁ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ସିସି ଟିଭି କ୍ୟାମେରା ଗୁଡିକୁ କାର୍ଯ୍ୟକ୍ଷମ କରିବାର ଆବଶ୍ୟକତା ରହିଛି l ଏ ସମ୍ବନ୍ଧରେ ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଖଣ୍ଡପଡା ତହସିଲଦାର ବିଶ୍ୱ ବିଶୃତ ତ୍ରିପାଠୀଙ୍କ ଦୃଷ୍ଟି ଆକର୍ଷଣ କରାଯିଵାରେ ଏ ବିଷୟରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି l ସୂଚନା ଯୋଗ୍ୟଯେ ମନ୍ଦିର ଶୃଙ୍ଖଳା କରିଥିଲେ l ବିଶେଷତଃ ବରିଷ୍ଠ ନାଗରିକ ମାନଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ ରାଜ୍ୟର ଏହି ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵ ମନ୍ଦିର ପରିସରରେ ଲାଗିଥିବା ସିସି ଟିଭି କ୍ୟାମେରା ଦୀର୍ଘ ଦିନ ଧରି ଅଚଳ ହୋଇଥିବାରୁ ସେଥି ପ୍ରତି ଦେବୋତ୍ତର ବିଭାଗ ତଥା ଜିଲ୍ଲା ପ୍ରଶାସନ ଵାରମ୍ବାର ଜଣା ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି l ସମ୍ପ୍ରତି ପର୍ଯ୍ୟଟନ ଋତୁରେ ପ୍ରତିଦିନ ମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହୁଥିବାରୁ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ସିସି ଟିଭି କ୍ୟାମେରା ଗୁଡିକୁ କାର୍ଯ୍ୟକ୍ଷମ କରିବାର ଆବଶ୍ୟକତା ରହିଛି l ଏ ସମ୍ବନ୍ଧରେ ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଖଣ୍ଡପଡା ତହସିଲଦାର ବିଶ୍ୱ ବିଶୃତ ତ୍ରିପାଠୀଙ୍କ ଦୃଷ୍ଟି ଆକର୍ଷଣ କରାଯିଵାରେ ଏ ବିଷୟରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି l ସୂଚନା ଯୋଗ୍ୟଯେ ମନ୍ଦିର ଶୃଙ୍ଖଳା ସହ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଦେବାପାଇଁ ନୟାଗଡ ର ତତକାଳୀନ ଲୋକ ପ୍ରିୟ ଏସ. ପି. ରାହୁଲ ଜୈନ ମନ୍ଦିର ପରିସରରେ ଏକ ଏଡ଼ ପୋଷ୍ଟ କରାଯିବା ସଙ୍ଗେ ସଙ୍ଗେ ଦୁଇଜଣ ପୁଲିସ କର୍ମଚାରୀ ମୃତୟନ କରାଯିବାକୁ ପ୍ରତିଶୃତି ଦେଇ ବ୍ୟାନର ଲଗାଇ କାର୍ଯ୍ୟ ଆରମ୍ଭ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କର ଅଚାନକ ବଦଳି ହୋଇ ଯିବାରୁ ସବୁକିଛି ଓଲଟ ପାଲଟ ହୋଇଥିବା ପ୍ରକାଶ ପାଇଥିଲା l ତେଣୁ ସମସ୍ତଙ୍କ ସ୍ୱାର୍ଥ କୁ ଆଖି ଆଗରେ ରଖି ନୟାଗଡ଼ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି l