ଅବକାରୀ ମନ୍ତ୍ରୀଙ୍କ ସମୀକ୍ଷl

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ସୋନାପୁର ଇକୋ ରିଟ୍ରିଟ ଠାରେ ବରିଷ୍ଠ ଅବକାରୀ ଅଧିକାରୀ ମାନଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଅବକାରୀ ବିଭାଗକୁ ଚଳଚଞ୍ଚଳ ଓ ସଂପୂର୍ଣ୍ଣ କ୍ରିୟାନ୍ବୟନ କରିବା ଦିଗରେ ଉଦବୋଧନ ଦେଇଥିଲେ I ରାଜ୍ୟରେ ବେଆଇନ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଆଦିର ଚୋରା ଚାଲାଣକୁ ସଂପୂର୍ଣ୍ଣ ରୂପେ ରୋକିବା ଦିଗରେ ନିୟମିତ ଚ଼ଢାଉ ଚାଲିଛି l ବେଆଇନ ସାମଗ୍ରୀ ମାନ ଜବତ କରୁଥିବାରୁ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟକୁ ମନ୍ତ୍ରୀ ପ୍ରଶଂସା କରିଥିଲେ l ରାଜ୍ୟର ପ୍ରତି ଜିଲ୍ଲାରେ ଅବକାରୀ ବିଭାଗ ଏନଫୋର୍ସମେଣ୍ଟ ଟିମ୍ ଗଠନ ଏବଂ ଆଗାମୀ ଦିନରେ ରାଜ୍ୟରେ ଅବକାରୀ ଏକାଡେ଼ମୀ ପ୍ରତିଷ୍ଠା କରାଯିବ l ଅବକାରୀ ବିଭାଗକୁ ସଂପୂର୍ଣ୍ଣ ରୂପେ ସଶକ୍ତିକରଣ କରାଯିବା ସହ ବିଭାଗର ନୂତନ ନୀତି ବିଷୟରେ ଆଲୋଚ଼ନା ହୋଇଛି l ଏହି କାର୍ଯ୍ୟକ୍ରମରେ ଅବକାରୀ ବିଭାଗର‌ କମିଶନର ତଥା ଶାସନ ସଚ଼ିବ ଗୁହା ପୁନମ ତାପସ କୁମାର, କମିଶନର ନରସିଂହ ଭୋଳ, ଏନସିବି ଅଧିକ୍ଷକ ସମୀରନ ପାଉଳ, ଡ଼େପୁଟି କମିଶନର ପି.ଶ୍ରୀଦେବୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ସାରାଭାନା ବିବେକ ଏମ.ଙ୍କ ସମେତ ଅବକାରୀ ବିଭାଗ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Smart Computer Ad
You might also like
error: Content is protected !!