ଜିଲ୍ଲାପାଳଙ୍କ ନୀଳମାଧଵ ଦର୍ଶନ        

 ନୟାଗଡ(ପ୍ରଭାକର ଶିରୋମଣି ) ୧୬/୧:-ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଜି ଗୁରୁବାର କଣ୍ଟିଲୋ ପରିଦର୍ଶନ ରେ ଆସି ନୀଳମାଧଵ ମନ୍ଦିର କୁ ଯାଇ ସେଠାରେ ଶ୍ରୀ ଜୀଉ ଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ମନ୍ଦିର ପରିକ୍ରମା କରି ସେବାୟତ ଙ୍କ ସହ ଆଲୋଚନା କରିଥିଲେ l ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ପୂଜକ ସମାଜ ଉପଦେଷ୍ଟା ନିହାର ରଞ୍ଜନ ମିଶ୍ର ଓ ପୂର୍ବତନ ସଭାପତି ନୀଳମାଧଵ ମିଶ୍ର ଆଲୋକପାତ କରିଥିଲେ l ଅପର ପକ୍ଷରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ମନ୍ଦିର ପରିସର ଉପରୁ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ମହାନଦୀର ଅପର ପାର୍ଶ୍ୱ ରେ ଦଣ୍ଡାୟମାନ ନୀଳ ସବୁଜ ଶୈଳଶ୍ରେଣୀ ଓ ମହାନଦୀର ବିସ୍ତୃସ୍ଥ ବାଲୁକା ଶଯ୍ୟାର ଅପରୂପ    ସ୍ବର୍ଗୀୟ ସୁଷମା ଉପଲବ୍ଧ କରି ବିମୋହିତ ହୋଇ ଯାଇଥିଲେ l ମନ୍ଦିର ସିଂହ ଦ୍ୱାର ଅରୁଣ ଖମ୍ବ ପାଖରେ ଅପେକ୍ଷା ରତ ଗଣ ମାଧ୍ୟମ ପ୍ରତିନିଧି ମାନେ ଜିଲ୍ଲପାଳଙ୍କୁ ସ୍ୱାଗତ କରି ଆଲୋଚନା କରିଥିଲେ l ଏହି ଅବସର ରେ ଆଗାମୀ ମାଘ ମେଳା ମହୋତ୍ସବରେ ଯୋଗ ଦେବାପାଇଁ  ନିମନ୍ତ୍ରଣ କରିବା ସହିତ ୮ ବର୍ଷ ହେଲା ମନ୍ଦିର ପରିଚାଳନା ତଥା ପରାମର୍ଶଦାତା କମିଟି ଗଠନ ହୋଇ ନଥିବା ଜଣାଇଥିଲେ ଓ ଖୁବ ଶୀଘ୍ର ନୀଳମାଧଵ ମନ୍ଦିର ପାଇଁ ଏକ ବୈଠକ ଡାକି ଆଲୋଚନା କରିବାକୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ କହିଥିଲେ l ଏହି. ସମୟରେ  ସ୍ଥାନୀୟ ଗଣମାଧ୍ୟମ ସଂଘ  ପାଇଁ ଏକ ସ୍ଥାନ ସଂରକ୍ଷଣ କରିବାକୁ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଅନୁରୋଧ  କରିଥିଲେ l. ଏହି ଅବସରରେ ଖଣ୍ଡପଡା ବିଡ଼ିଓ ଅଙ୍କୁର ଅଭିଳାଷ, ପୂଜକ ସମାଜ କର୍ମକର୍ତ୍ତା ଓ  ନୀଳମାଧଵ ସାମ୍ବାଦିକ ସଂଘ ସଭାପତି ପ୍ରଭାକର ଶିରୋମଣି, ଶ୍ରୀପତି ମହାରଣା, ସରୋଜ କୁମାର ମିଶ୍ର ଓ ସୂଂଭ୍ରାଂଶୁ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l    

You might also like
error: Content is protected !!