ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣା : ଯୁବକ ଗୁରୁତର


ବାଲିଗୁଡା (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ପେଟ୍ରୋଲ ପମ୍ପ ନିକଟରେ ଗତକାଲି ରାତ୍ର ୯ ଟା ସମୟରେ ବାଇକ ଦୁର୍ଘଟଣା ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ହେଲେ ବଡ଼ଗାଁ ଗ୍ରାମର କୁମୁଦ ମଲ୍ଲିକ। ସେ OD 12 C 2481 ନମ୍ବର ବାଇକ୍ ଯୋଗେ ବାଲିଗୁଡା ମାର୍କେଟ ଠାରୁ ଦଣ୍ଡପଦର ଅଭିମୁଖେ

ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣା : ଯୁବକ ଗୁରୁତରମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣା : ଯୁବକ ଗୁରୁତର

ଯାଉଥିବା ସମୟରେ ବାଇକ ଆରୋହୀ ଜଣକ ପଛ ପଟୁ ଏକ ଟ୍ରକ ସହ ଧକ୍କା ଦେଇ ଜାତୀୟ ରାଜପଥ ଉପରେ ଛିଟିକି ପଡିଥିଲା | ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଞ୍ଚି ଯୁବକ କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି।

You might also like
error: Content is protected !!