ବାଇକ ଓ ଟାଟା ମ୍ୟାଜିକ ଧକାରେ ଜଣେ ମୃତ, ଜଣେ ଗୁରୁତର

ଆର,ଉଦୟଗିରି (ମନୋଜ କୁମାର ପାଢୀ):-ଗଜପତି ଜିଲ୍ଲା ରାୟଗଡ ଥାନା ଅଧୀନରେ ଥିବା କୁରୁଗୁବା ଗ୍ରାମ ନିକଟସ୍ତ ମୁଖ୍ୟ ରାସ୍ତାରେ ବାଇକ ଏବଂ ଟାଟା ମ୍ୟ।ଜିକ ମଧ୍ୟରେ ଧକାରେ ଜଣେ ମୃତ ଆଉ ଜଣେ ଗୁରୁତର। ସୂଚନା ମୁତାବକ ମୃତ ବ୍ୟକ୍ତି ହେଲେ ବୁରୁସିଂ ଗ୍ରାମର ଯୋଗେଶ ଶବର ବୟସ ୨୨,ଗୁରୁତର ବ୍ୟକ୍ତି ହେଲେ ସାନ ଲୋଵା ଗ୍ରାମର ଅଭିନାଶ ଶବର ବୟସ ୧୨.ଦୁର୍ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ନିଆ ଯାଇଥିଲା, ଡାକ୍ତର ମୃତ ଘୋଷଣା କରିଛନ୍ତି। ଉତ୍ତକ୍ତ ଲୋକେ ମୁଖ୍ୟ ରାସ୍ତା କୁ ଅବରୋଧ କରିଛନ୍ତି ପ୍ରାୟ ଅପରାହ୍ନ ୨ ଘଂଟିକା ଠାରୁ। ରାୟଗଡ ଥାନା ସୂଚନା ପାଇ ଥାନା ଅଧିକାରୀ ଶ୍ରୀମତୀ ରୀନା ରାଣୀ ସାହୁଙ୍କ ସହ ଜିରାଙ୍ଗ ପୋଲିସ ଫାଣ୍ଡିର କର୍ମଚାରୀଙ୍କ ଉଦ୍ୟମରେ ଲୋକ ମାନଂକୁ ବୁଝା ସୁଝା କରା ଯାଉଅଛି। ଥାନା ଅଧିକାରୀ ଶ୍ରୀମତି ସାହୁ ଙ୍କ ସୂଚନା ଅନୁଯାଇ ଉକ୍ତ ଦୁର୍ଘଟଣା କରିଥିବା ଟାଟା ମାଜିକି ଡ୍ରାଇଭର ରାୟଗଡ ଥାନାରେ ଅଟକ ରଖା ହୋଇଅଛି।

You might also like
error: Content is protected !!