ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ୫୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କୁକୁଡ଼ାଖଣ୍ଡି(ଇ.ରଞନ):- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଅଙ୍କୁଶପୁର କ୍ଲଷ୍ଟର କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟନିର୍ଭlହୀ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁ ଙ୍କ ଅଧକ୍ଷତା ରେ ବିଦ୍ୟାଳୟ ପରିସରରେ ୫୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁକୁଡାଖଣ୍ଡି ତହସିଲଦାର ସପନ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା ସମେତ କ୍ରୀଡା, ସଂଗୀତ,ସମେତ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ରେ ଭାଗ ନେଇ ଆଗାମୀ ଦିନ ମାନଙ୍କ ରେ କିପରି ଉଜ୍ୱଳ ଭବିଷ୍ୟତ ଘଟନ କରିବେ ତାହାଉପରେ ସଚେତନତା ସୃଷ୍ଟି କରିଥିଲେ l ଏଥିରେ ପୂର୍ବତମ ସରପଞ୍ଚ ପ୍ରିୟମ୍ବଦା ପାଢ଼ୀ, ବିଦ୍ୟାଳୟ ସଭାପତି ମଞ୍ଜୁ ଦାସ,ଅଙ୍ଗନବାଡି କର୍ମୀ ସସ୍ମିତା ଶତପଥୀ, ଲକ୍ଷ୍ମୀ ଗୌଡ଼, ସ୍ଥାନୀୟ ୱାର୍ଡ ମେମ୍ବର,ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ତହସିଲଦାର ଙ୍କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମେତ ବହୁ ଶିକ୍ଷକ ଓ ଅଭିଭାବକ ମିଳିତ ଭାବେ ବିଦ୍ୟାଳୟର ଖେଳ ପଡିଆ ଅଭାବ ରୁ ଛାତ୍ରଛାତ୍ରୀ ମାନେ କ୍ରୀଡା କିମ୍ବା ଦୌଡ଼ ଆଦି କ୍ଷେତ୍ର ରେ ବିଭିନ୍ନ ଅସୁବିଧା ରେ ସମ୍ମୁଖୀନ ହେଉଥିବା ବେଳେ ନିକଟରେ ଏକ ଗୋଚର ଜମି କୁ ବିଦ୍ୟାଳୟ ନାମରେ ହସ୍ତାନ୍ତର କଲେ ବିଦ୍ୟାଳୟ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ତହସିଲଦାର ଶ୍ରୀ ସାହୁ ଙ୍କୁ ବିଦ୍ୟାଳୟ ଓ ଅଭିଭାବକ ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି l ବିଦ୍ୟାଳୟ ରେ ବିଭିନ୍ନ ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବରୁ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ରେ ଉତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କlର ବିତରଣ କରାଯାଇଛି l ଏଥିରେ ସଂସ୍କୃତ ଶିକ୍ଷକ ସାଇ ବିଭୁତି ବେହେରା, ଲିବିତା କୁମାରୀ ନାୟକ, ଉର୍ମିଳା କୁମାରୀ କାର୍ଜୀ, ସନ୍ଧ୍ୟା ରାଣୀ ରଣା, ଦୀପ୍ତି ରାଣୀ ନାୟକ, ମନୋଜ କୁମାର ଦଳାଇ, ଆଦିକନ୍ଦ ସାହୁ,ସରିତା କୁମାରୀ ନାୟକ, ଋତୁପର୍ଣ୍ଣା ନାୟକ, କିରାଣୀ ସଚ୍ଚିଦାନଡା ସାହୁ, ସହଯୋଗୀ କଦମ୍ବିନୀ ନାୟକ, ସଦାନନ୍ଦ ପ୍ରଧାନ ଏବଂ କୃପାସିନ୍ଧୁପୁର, ଜଗଦଳପୁର, ମସିହାଖାଲି ପଂଚାୟତର ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ l

You might also like
error: Content is protected !!