ବିବେକାନନ୍ଦ ଙ୍କ ଜୟନ୍ତୀ ତଥା ଯୁବ ଦିବସ ପାଳନ


ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଯୁବ ଦିବସ ପାଳନ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ମଣ୍ଡଳପଦର ଉ:ପ୍ରା: ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ପାଟ ମାଝୀବିବେକାନନ୍ଦ ଙ୍କ ଜୟନ୍ତୀ ତଥା ଯୁବ ଦିବସ ପାଳନ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ବିବେକାନନ୍ଦଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିବେକାନନ୍ଦ ଙ୍କ ସ୍ମୃତି ଉଚ୍ଚାରଣ ସହ ତାଙ୍କ ଚିନ୍ତା ଓ ବିଚାର ଧାରା କୁ ପ୍ରସାର ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷା କେନ୍ଦ୍ର ପରିଚାଳନା ସମିତି ର ସଭାପତିବିବେକାନନ୍ଦ ଙ୍କ ଜୟନ୍ତୀ ତଥା ଯୁବ ଦିବସ ପାଳନ ପଞ୍ଚାନନ ଗୌଡ଼, ସମ୍ପାଦକ ଅସିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ପ୍ରଧାନ ଆଚାର୍ଯ୍ୟl ସୁଚିତ୍ରା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଗୁରୁମା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

You might also like
error: Content is protected !!