ମୋହନାରେ ଆରଏସଏସ ସମ୍ମିଳନୀ

ଆର,ଉଦୟଗିରି,(ମନୋଜ କୁମାର ପାଢୀ): ଗଜପତି ଜିଲ୍ଲା ମୋହନାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ( ଆରଏସଏସ)ର ଖଣ୍ଡ ସମିଳନୀ ଅନୁଷ୍ଠିତ ହୋଇଯାଇଛି l ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ସ୍ଥାନୀୟ ହାଇସ୍କୁଲ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଆରଏସଏସ ଅଖିଳ ଭାରତୀୟ ସହ ଶାରୀରିକ ପ୍ରମୁଖ ଓକେ ମୋହନ ଯୋଗଦେଇ ସଂଘ ଶାଖା ମାଧ୍ୟମରେ ସମାଜ ପରିବର୍ତନ ହେଉଛି l ସଂଘ ଶାଖା ମନୁଷ୍ୟ ତିଆରି କାରଖାନା ହୋଇଥିବା ବେଳେ ସଂଘର ସ୍ୱୟଂସେବକ ଶାଖା ମାଧ୍ୟମରେ ପାଉଥିବା ଶିକ୍ଷା ଦ୍ୱାରା ସମାଜ ପରିବର୍ତ୍ତନ ପାଇଁ ପ୍ରୟାସ କରୁଛନ୍ତି l ଦେଶ ପରାଧୀନ ସମୟରେ ବିଦେଶୀ ଢାଞ୍ଚା ଆରମ୍ଭ ହୋଇଥିବା ବେଳେ ସ୍ୱାଧୀନତା ପରେ ମଧ୍ୟ ଏହି ବ୍ୟବସ୍ଥା ରେ ପରିବର୍ତ୍ତନ ହୋଇନଥିଲା l ତେବେ ଗତ 10 ବର୍ଷ ମଧରେ ଅନେକ କିଛି ପରିବର୍ତନ ହୋଇଛି l ଦେଶରୁ ବିଦେଶୀ ଲିଗାସୀ ହଟାଯାଇ ଭାରତ ବର୍ଷର ମହାନ ଗାଥାକୁ ଗୁରୁତ୍ୱ ଦିଆଯାଇଛି l ଧିରେ ଧିରେ ଦେଶ ପରିବର୍ତନ ହେବା ସହ ସମାଜ ପରିବର୍ତ୍ତନ ହେଉଛି l ଏଥିପାଇଁ ସଂଘର ସ୍ୱୟଂସେବକ ଏହି ଲକ୍ଷରେ ଆଗକୁ ବଢ଼ିବା ଆହୁରି ଆବଶ୍ୟକ ବୋଲି ଶ୍ରୀ ମୋହନ କହିଛନ୍ତି l ମୋହନା ବ୍ଲକର 75 ଟି ଗାଁରୁ 346 ଜଣ ସ୍ୱୟଂସେବକ ଗଣବେଶ ପରିଧାନ କରି ଘୋଷବାଦ୍ୟ ସହ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରୁ ବାହାରି ନଗର ପରିକ୍ରମା ପରେ ହାଇସ୍କୁଲ ପଡିଆରେ ପହଁଚି ଥିଲେ l ସେଠାରେ ଖଣ୍ଡ କାର୍ଯ୍ୟବାହ ଯୋଗେନ୍ଦ୍ର ଦଲାଇ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରତାପ ପାତ୍ର, ଜନଜାତି ପ୍ରମୁଖ ରବୀନ୍ଦ୍ର ମଲ୍ଲିକ ଓ ବିଭାଗ କାର୍ଯ୍ୟବାହ ମନୋଜ ଚୌଧୁରୀ ପ୍ରମୁଖ ମଞ୍ଚାସିନ ଥିଲେ l ସ୍ୱୟଂସେବକ ମାନଙ୍କ ଦ୍ୱାରା ଯୋଗାସନ, ନିୟୁଧ ସହ ଶାରୀରିକ ପ୍ରଦର୍ଶନ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ପ୍ରାନ୍ତ ସହ ଶାରୀରିକ ପ୍ରମୁଖ ଅଶୋକ ରଣଜିତ, ବିଭାଗ ପ୍ରଚାରକ ବିଜୟ ସାମଲ, ବିଭାଗ ବୌଦ୍ଧିକ ପ୍ରମୁଖ ରବୀନ୍ଦ୍ର ପାତ୍ର, ବିଭାଗ ଶାରୀରିକ ପ୍ରମୁଖ ଅମୁଲ୍ୟ ପାତ୍ର, ସହ ଶାରୀରିକ ପ୍ରମୁଖ ନୀଳାଞ୍ଚଳ ପାଢ଼ୀ, ଜିଲ୍ଲା ବୌଦ୍ଧିକ ପ୍ରମୁଖ ବଙ୍ଗାଳି ଜାନି, ଜିଲ୍ଲା ପ୍ରଚାର ପ୍ରମୁଖ ବାବୁଲା ସେଠି, ଧର୍ମ ଜାଗରଣ ପ୍ରମୁଖ ପ୍ରଶାନ୍ତ ସୁବୁଦ୍ଧି ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ ଖଣ୍ଡ ଶାରୀରିକ ପ୍ରମୁଖ ସମ୍ପଦ ମଲିକ, ବୌଦ୍ଧିକ ପ୍ରମୁଖ ପଞ୍ଚାନନ ପାଇକ ଓ ଖଣ୍ଡ ଟିମ ପରିଚାଳନା କରିଛନ୍ତି ।

Smart Computer Ad
You might also like
error: Content is protected !!